Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Salila Sarangi

Inspirational

3  

Salila Sarangi

Inspirational

କାସତଣ୍ଡି ହସେ ପ୍ରକୃତି କୋଳେ

କାସତଣ୍ଡି ହସେ ପ୍ରକୃତି କୋଳେ

1 min
150


କାଶତଣ୍ଡି ହସେ ପ୍ରକୃତି କୋଳରେ

 ଶୁଭ୍ର ଗାଲିଚା ବିଛାଇ

ଋତୁ ପାର୍ବଣର ଆଗମନ ବାର୍ତ୍ତା

 କାନେ କାନେ ଯାଏ କହି।

 ଜଗତ ଜନନୀ ସିଂହ ବାହିନୀକୁ

  ଧରାକୁ କରେ ସ୍ଵାଗତ

ମାଦକତା ଭରା ଧରଣୀ ରୂପରେ

 ସର୍ଵେ ଯେପରି ମୋହିତ।

ସୁନ୍ଦର ପସରା ମେଲି ଦେଇଥାଏ

  ନଦୀ ପଠା ଧାରେ ଧାରେ

ନୀଳାମ୍ବରେ ଯେହ୍ନେ ଶୁଭ୍ର ମେଘ ଖଣ୍ଡ

    କାଶତଣ୍ଡି ଧରା ପରେ।

କଵି ଓ ଭାବୁକ ଲେଖକ ପ୍ରାଣକୁ

   କରିଥାଏ ରୋମାଞ୍ଚିତ 

ସମୀରରେ ଝୁଲି ହସି ଖିଲି ଖିଲି

 ଶ୍ରୀ କରେ ଦ୍ଵିଗୁଣିତ।

ରେଖା ପଞ୍ଚମୀରେ ପ୍ରତି ଘରେ ଘରେ

  କାଶତଣ୍ଡି ଫୁଲ ଵେଣୀ

କବାଟରେ ବାନ୍ଧି ପୂଜା କରିଥାନ୍ତି

  ଜାବୁଡ଼ି ସଂସ୍କୃତି କାନି।

ସୌନ୍ଦର୍ଯ୍ୟର ସୁଧା ବିକିରଣ କରେ

  କାଶତଣ୍ଡି ଧରିତ୍ରୀରେ

ଦିଗନ୍ତ ବିସ୍ତାରି ଫୁଟି ପଡେ ଲୋଟି

  ହସି ପ୍ରକୃତି କୋଳରେ।।

ଆବାହନ କରେ ମାଆ ଦଶ ଭୁଜାଙ୍କୁ

  ଶ୍ଵେତ ଚାମର ହଲାଇ

ସ୍ଵତଃ ପୂର୍ତ୍ତ ଭାଵେ ମଉଳି ଯାଏ ସେ

  ମାଆଙ୍କୁ ମେଲାଣି ଦେଇ।


    


Rate this content
Log in

Similar oriya poem from Inspirational