Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijoy Jena

Inspirational

3  

Bijoy Jena

Inspirational

ସୁନ୍ଦର ପ୍ରକୃତି

ସୁନ୍ଦର ପ୍ରକୃତି

1 min
188



ମୁଁ ବଡ ଆମୋଦିତ ହୁଏ

ମରାଳ ମାଳିନୀ ନୀଳାମ୍ବୁ ଚିଲିକାକୁ ଦେଖି

  ଭଳି ଭଳି ଚଢ଼େଇ

  ନାନା ଜାତି ମାଛ

ମଗର ସାଙ୍କୁଚ ଶିଶୁମାର ଆଦି।

ନାଶି କୂଳ ତଥା ବ୍ରହ୍ମଗିରି ପ୍ରାନ୍ତରର

  ରାଶି ରାଶି ବାଲି ସ୍ତୁପ

ଆମ୍ବ ଲଙ୍କାଆମ୍ବ ପଣସ

 ବଉଳ ବୃକ୍ଷର ଘନ ସବୁଜିମା

ଅନତି ଦୂରରେ ଥିବା ଝାଉଁବଣ

ମଧୁମାଳତୀର ମହ ମହ 

 ମାଦକ ଭରା ବାସ୍ନା

ଯୁଇ ଯାଇ ଚମ୍ପା ନାଗେଶ୍ଵରର ସୁଗନ୍ଧ

ମିଶିଯାଏ ଦକ୍ଷିଣା ପବନରେ।

ଶାନ୍ତ କାନ୍ତ ବସନ୍ତର

ନବ ପଲ୍ଲବିତ ବୃକ୍ଷ ରାଜି

ଶୀତ କାଳର ସ୍ନାତ ଥୁଣ୍ଟା ଗଛ

ବୈଶାଖ ଜ୍ୟେଷ୍ଠ ଧୁ ଧୁ ଖରାରେ

 ମରୁ ମରୀଚିକା ଭ୍ରମ

ଦିଗନ୍ତ ବିସ୍ତାରି ନୀଳାମ୍ବୁ ଚିଲିକାର ଜଳ ରାଶି

ଶସ୍ୟ ଶ୍ୟାମଳା ଧାନ କ୍ଷେତ

ମୋ ମନ ଓ ହୃଦୟକୁ ଛୁଇଁ ଯାଏ।

ଭାବାନ୍ତର ଆସେ ଆପେ ଆପେ

 ମଥା ନଇଁ ଯାଏ

ସେହି ସୃଷ୍ଟିର ସୃଷ୍ଟି କର୍ତ୍ତା

ମୋ ଆରାଧ୍ୟ ଦେବତା

 ବିଶ୍ଵ ନିୟନ୍ତା

ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ପାଦପଦ୍ମରେ।



Rate this content
Log in

Similar oriya poem from Inspirational