Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Inspirational

3  

Suresh chandra Padhy

Inspirational

ଦିବ୍ୟ ଦୃଷ୍ଟି

ଦିବ୍ୟ ଦୃଷ୍ଟି

1 min
177



ଲୋଡ଼ା ନାହିଁ ପ୍ରଭୁ ଧନ ଜନ ମୋର

ତୁମ ଦିବ୍ୟଦୃଷ୍ଟି ମୋତେ ଦିଅ

ଦେଖି ବାକୁ ତୁମରି ଅଭୟ ପୟର

ତୁମରି ଶରଣକୁ ମୋତେ ନିଅ ।


ତୁମେ ଦେଇ ଥିଲ ଅର୍ଜୁନକୁ ଦିବ୍ୟ ଦୃଷ୍ଟି

ଦେଖି ଥିଲେ ତୁମ ରୂପ ତୁମରି ସୃଷ୍ଟି

ତୁମ ଦିବ୍ୟ ରୂପ ସେ ଦିବ୍ୟ ଦୃଷ୍ଟି ରେ ଦେଖିଲେ

ତୁମ ଦିବ୍ୟ ଜ୍ଞାନ ପାଇ ମୋହକୁ କାଟିଲେ ।


ସଞ୍ଜୟ ପାଇ ଥିଲେ ଦିବ୍ୟ ଦୃଷ୍ଟିକୁ

ଦିବ୍ୟ ଦୃଷ୍ଟିରେ ଦେଖିଲେ ମହା ଭାରତ ଯୁଦ୍ଧକୁ

ଦିବ୍ୟ ଦୃଷ୍ଟିରେ ତୁମ ବିଶ୍ୱ ରୂପ ଦେଖିଲେ

ଦିବ୍ୟ ଦୃଷ୍ଟି ପାଇ ସେ ଧନ୍ୟ ହୋଇଲେ ।


ସଂସାର ପଥେ ହେଉ ଅଛି ବାଟବଣା

ଭଲ ମନ୍ଦ ଜାଣି ନାହିଁ ହୋଇଛି ଅଜଣା

ଚର୍ମ ନେତ୍ର ରେ ମୟାରେ ପଡି ଦୁଃଖ ପାଉଛି

ତୁମ ଦିବ୍ୟ ଦୃଷ୍ଟି ଦିଅ ଚାହଁ ରହିଛି ।


ତୁମ କୃପା ବଳେ ଜ୍ଞାନ ଜାଗ୍ରତ ହୋଇବ

ତୁମରି ଆଶିଷରେ ଦିବ୍ୟ ଦୃଷ୍ଟି ଖୋଲିବ

ତୁମ ପାଇଁ ଜଗତ ଜିତା ହୋଇବି

ମିଛ ଦୁନିଆ ରେ ତୁମକୁ ପାଇବି ।


Rate this content
Log in

Similar oriya poem from Inspirational