Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Inspirational

3  

Jagannath Das

Inspirational

ମାଙ୍କ ହାତ ରନ୍ଧାରେ

ମାଙ୍କ ହାତ ରନ୍ଧାରେ

1 min
144


ମା ଆଙ୍କ ହାତ ରନ୍ଧା ଖାଇବାରେ

ଯେତିକି ଖୁସି ଆସଇ

ଅନ୍ୟ ଆଡେ ଖାଇବାରେ ଆଦୌ

ଏ ଆନନ୍ଦ ନ ଲାଗଇ...


ମନ ଜାଣି ରନ୍ଧା ରନ୍ଧି କରେ

ତାର ପରିବାର ପାଇଁ

ଖୁସି ହୋଇ ଥାନ୍ତି ସେମାନେ

ମାଆର ପରଶା ଖାଇ


କେତେ ରକମ ତରକାରୀ ରାନ୍ଧେ

ନିଜର ଛୁଆଙ୍କ ପାଇଁ


ମନ ପ୍ରାଣ ଦେଇ କରେ କିଛି

ସନ୍ତାନ ସୁଖର ପାଇଁ..


ମାଆ ଭଳି ଜଗତ ରେ କିଏ

ଅଛି ତ ଏହି ସଂସାରେ

ସୁଖ ଦୁଃଖର ସାଥୀ ଆମର

ପୂଜନୀୟା ଜଗତରେ


ଅନ୍ତରର ମର୍ମର ବେଦନା

ଆଉ କେ ଅଧିକ ବୁଝେ

ମାଆ ଠାରୁ ବଳି ଆପଣାର

ଅନ୍ୟ କେ ହୋଇଲେ ସାଜେ


କହିବା ଆଗରୁ ପାରେ ବୁଝି

ଚଢେଇ ପେଟର ବ୍ୟଥା 

ମନ ଯାଣି ବୁଝିଦିଏ ପରଶି

ନିଜ ହାତ ରନ୍ଧାର କଥା


ମାଆ ହାତ ରନ୍ଧା ଖାଇବାର

ଖୁସି ମାତୃତ୍ୱରୁ ଝରଇ

ସିଏ ବୁଢ଼ୀ ହେଲେ ସେ ବେଳର

ନିତ୍ୟ ସେବା କର ରହି



Rate this content
Log in