ପାଇବା ଆମେ ସମ୍ମାନ
ପାଇବା ଆମେ ସମ୍ମାନ
ଓଡ଼ିଆ ଭାଷା ମୋ ବହୁତ ବଢିଆ
ଅମୃତ ପରି ସେ ମିଠା
ଶୁଣିବା ପଢ଼ିବା ଦେଖିବା ଗାଇବା
ସତେ କି ଆରିସା ପିଠା ।।୧।।
ବହୁ କଷ୍ଟ କରି ଆମ ମାତୃଭାଷା
ରାଷ୍ଟ୍ରୀୟ ଭାଷାରେ ଗଣା
ପୂର୍ବ ପୁରଷଙ୍କ ପରିଶ୍ରମ ଫଳ
କରିବାନି ତିଳେ ଊଣା।।୨।।
ପ୍ରଚାର ପ୍ରସାର ଓଡ଼ିଆ ଭାଷାର
ପ୍ରତିକ୍ଷଣ ବାରମ୍ବାର
କରୁଥିବା ସର୍ବେ ଓଡ଼ିଶାର ବାସୀ
ମାତୃଭାଷାଟି ଆମର।।୩।।
ଧରି ହାତେ ଅସୀ ଲେଖିବା କବିତା
ଗଳପ ନିବନ୍ଧ ଆଦି
"ମାଟିଲଗ୍ନା" ସାଥେ ହାତ ମିଳାଇବା
ସମୟ ମିଳୁଛି ଯଦି ।।୪।।
ଆମ "ମାଟିଲଗ୍ନା" ସାହିତ୍ୟ ସଂସଦ
ଅସୀମିତ ତା'ର କାୟା
ଜିଲ୍ଲା ରାଜ୍ୟ ବ୍ୟାପୀ ଜାତୀୟ ସ୍ତରରେ
ବ୍ୟାପିଲାଣି ଭାଷା ମାୟା।।୫।।
ଓଡ଼ିଆ ଭାଷାକୁ ଦେଶରେ ବିଶ୍ୱରେ
ଶ୍ରେଷ୍ଠ କରିବାକୁ ଆସ୍ଥା
"ମାଟିଲଗ୍ନା" ସାଥେ ସାଥୀ ହୋଇଗଲେ
ହୋଇ ଯିବ ସୁବ୍ୟବସ୍ଥା ।।୬।।
ମାଆ ମାତୃଭୂମି ମାତୃଭାଷା ପୁଣି
"ମାଟିଲଗ୍ନା" ପାଇଁ ସ୍ଥାନ
ଉଚ୍ଚରେ ରଖିଣ ଆଗେଇବା ଯଦି
ପାଇବା ଆମେ ସମ୍ମାନ ।।୭।।