Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Mishra

Inspirational

3  

Sarojini Mishra

Inspirational

ଜ୍ଞାନ

ଜ୍ଞାନ

1 min
142



 ଶାସ୍ତ୍ର ଓ ପୁରାଣ ତୁମ ମସ୍ତିଷ୍କରେ

  ଘର କଲେ କି ହୋଇବ

  ଅସହାୟଟିଏ ଦୁଆରେ ଡାକିଲେ

  ମୁହଁ ଯଦି ଫେରାଇବ । 


 ବସୁଧୈକ କୁଟୁମ୍ବେନ କହୁଥିବା

  ଆଚରଣରେ ନ ଥିବ

  ପ୍ରଭୁ ଦତ୍ତ ଏଇ ଅମୂଲ୍ୟ ଜୀବନ

  ଯଦି ସୁକର୍ମେ ନ ଯିବ । 


 ଗୀତା ଜ୍ଞାନ ପ୍ରବଚନ ହେଉଥିବା

  ଦୁଷ୍କର୍ମରେ ଲିପ୍ତ ଥିବା

  କି ହେବ ସେ ଜ୍ଞାନ କୁହ ମୋର ଭାଇ

 (ଯଦି) ସେବା ମର୍ମ ନ ବୁଝିବା । 


 ରାମାୟଣର ସେ ମର୍ଯ୍ୟାଦା ଓ ପ୍ରେମ

  ଉଦ୍‌ ଘୋଷିତ କରୁଥିବା

  କି ହେବ ସେ ଜ୍ଞାନ ଆଦି ସୁଧିଜନ

  (ଯଦି) ଲକ୍ଷ୍ମଣ ରେଖା ଭୁଲିବା । 


 ଜ୍ଞାନ ଯଦି ଆମ କର୍ମେ ନ ଫୁଟଇ

 ସେ ଜ୍ଞାନେ କି ଲାଭ ଅବା

  ଜ୍ଞାନ ନ ଥାଇ ବି ସରଳ ମଣିଷ

  କରେ ନିରଳସ ସେବା । 



Rate this content
Log in

Similar oriya poem from Inspirational