Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

3  

Kalandi pal

Inspirational

ଷୋଳ କଳାର ନାମ

ଷୋଳ କଳାର ନାମ

1 min
195



କଳା କାଞ୍ଚନ      କଳା ବାମନ

   କଳାରେ କଳାରେ ମନ

କଳା ବଦନ       ଚକାନୟନ

    ଷୋଳ କଳା ପରିପୂର୍ଣ୍ଣ ।


ସେହି ଷୋଳ କଳା  ଘେନି ଚକାଡୋଳା

     ବିରାଜିତ ସିଂହାସନ

ପ୍ରଥମ କଳାଟି       ନିବୃତି ନାମଟି

     ଦ୍ୱିତୀୟେ ପ୍ରତିଷ୍ଠା ଜାଣ

ତୃତୀୟରେ ବିଦ୍ୟା   ଚତୁର୍ଥରେ ଶାନ୍ତି

     ପଞ୍ଚମେ ଇନ୍ଦିକା ନାମ

ଷଷ୍ଠରେ ଦିପିକା    ସପ୍ତମେ ରେଚିକା

     ମୋଚିକା ନାମ ଅଷ୍ଟମ ।


ପରା ଟି ନବମେ    ସୂକ୍ଷ୍ମ ଯେ ଦଶମେ

     ଏକାଦଶେ ସୂକ୍ଷ୍ମାମୃତ

ଦ୍ବାଦଶରେ ଜ୍ଞାନ      ଜ୍ଞାନାମୃତ ନାମ

     ତ୍ରୟୋଦଶରେ ବିଦିତ

ଚତୁର୍ଦ୍ଦଶ କଳା     ଆପ୍ୟାୟନୀ ପରା

     ପଞ୍ଚଦଶରେ ବ୍ୟାପିନ

ଷୋଡ଼ଦଶେ କଳା ବ୍ୟୋମରୂପେ ତୋରା

     ହୋଇଅଛ ଦାରୁବ୍ରହ୍ମ ।


Rate this content
Log in

Similar oriya poem from Inspirational