STORYMIRROR

Satyabati Swain

Inspirational

3  

Satyabati Swain

Inspirational

ହୋ ମଣିଷମାନେ

ହୋ ମଣିଷମାନେ

1 min
273

ଭୟର ଜତୁ ଗୃହ

ଦୁଃଖର ସାଗର

ଅପ୍ରାପ୍ତିର ଆଗ୍ନେୟଗିରି

ଅଶାନ୍ତିର ଗଣ୍ଡ

ଅସୁସ୍ଥର ମହାବାତ୍ୟା

ନିରାଶାର ଅମାବାସ୍ୟା

ଅବଶୋଶର ସାହାରା ରୂପକ

ଅନ୍ଧାର ଦୂର କରି ;

ଏ ଆଲୋକ ଆନନ୍ଦର ପର୍ବ

ପୃଥିବୀରେ ଭରି ଦେଉ

ସୁଖ ଶାନ୍ତି ସୁସ୍ଥତା ଆଶା 

ନିର୍ଭୟ ଏବଂ ସୁରକ୍ଷିତ 

ଆଲୋକ 

ହୋ ମଣିଷମାନେ।


ହସୁ ପୃଥିବୀ 

ବାସୁ ମଣିଷ

ହୃଦୟ ଛୁଉଁ ଯାଉ ହୃଦୟକୁ

ଦୂର ହେଉ

କଷଣ

ଦୂଷଣ

ଧର୍ଷଣର ମହା ଅନ୍ଧକାର

ଆଲୋକ ମୁହାଁ ହୁଅ 

ହୋ ମଣିଷମାନେ।


ବଡ଼ ବଡୁଆ କାନ୍ଦୁଛନ୍ତି

ଭାଗ୍ୟକୁ ନିନ୍ଦୁଛନ୍ତି

ଆଲୁଅ ଖୋଜୁଛନ୍ତି

ତୁମେ ତ ଅନ୍ଧାର ମୁହାଁ ହୋ 

ଦାୟାଦ 

ଆଲୁଅମୁହାଁ ହୁଅ

ଦେଖ ତୁମ ଚାରିପଟେ

ବହଳ ବହଳ ଅନ୍ଧାର

ମଣିଷ ପଣିଆ ଦୀପଟିଏ ଜାଳ

ହୋ ମଣିଷମାନେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational