ହୋ ମଣିଷମାନେ
ହୋ ମଣିଷମାନେ
ଭୟର ଜତୁ ଗୃହ
ଦୁଃଖର ସାଗର
ଅପ୍ରାପ୍ତିର ଆଗ୍ନେୟଗିରି
ଅଶାନ୍ତିର ଗଣ୍ଡ
ଅସୁସ୍ଥର ମହାବାତ୍ୟା
ନିରାଶାର ଅମାବାସ୍ୟା
ଅବଶୋଶର ସାହାରା ରୂପକ
ଅନ୍ଧାର ଦୂର କରି ;
ଏ ଆଲୋକ ଆନନ୍ଦର ପର୍ବ
ପୃଥିବୀରେ ଭରି ଦେଉ
ସୁଖ ଶାନ୍ତି ସୁସ୍ଥତା ଆଶା
ନିର୍ଭୟ ଏବଂ ସୁରକ୍ଷିତ
ଆଲୋକ
ହୋ ମଣିଷମାନେ।
ହସୁ ପୃଥିବୀ
ବାସୁ ମଣିଷ
ହୃଦୟ ଛୁଉଁ ଯାଉ ହୃଦୟକୁ
ଦୂର ହେଉ
କଷଣ
ଦୂଷଣ
ଧର୍ଷଣର ମହା ଅନ୍ଧକାର
ଆଲୋକ ମୁହାଁ ହୁଅ
ହୋ ମଣିଷମାନେ।
ବଡ଼ ବଡୁଆ କାନ୍ଦୁଛନ୍ତି
ଭାଗ୍ୟକୁ ନିନ୍ଦୁଛନ୍ତି
ଆଲୁଅ ଖୋଜୁଛନ୍ତି
ତୁମେ ତ ଅନ୍ଧାର ମୁହାଁ ହୋ
ଦାୟାଦ
ଆଲୁଅମୁହାଁ ହୁଅ
ଦେଖ ତୁମ ଚାରିପଟେ
ବହଳ ବହଳ ଅନ୍ଧାର
ମଣିଷ ପଣିଆ ଦୀପଟିଏ ଜାଳ
ହୋ ମଣିଷମାନେ।