ହଁ ସେ ବୋଉ
ହଁ ସେ ବୋଉ
ହଁ ସେ ବୋଉ !
ବୋଉ ବୋଉ ବୋଲି ଯାହାକୁ ଡାକୁଛି ,
ସବୁଠୁ ମିଠା ସେ ଦୁଇଟି ଅକ୍ଷର କହୁଛି ,
ସେ ଦୁଇଥିରେ କେତେ ଅମୃତ କିଏ ସତେ ବୋଳିଛି ,
ଏକ ଅଦ୍ୱିତୀୟ ସୃଷ୍ଟି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦ୍ୱାରା ହୋଇଛି ।।
ଗର୍ଭ ବେଦନା କଷ୍ଟ ଜାଣିକି ନଅମାସ ସାଇତିଛି ,
ମୃତ୍ୟୁ ଶଯ୍ୟାରେ ଶୋଇକି ଏ ଦୁନିଆଁ ଦେଖେଇଛି ,
ଛାତିଚିରି କ୍ଷୀର ଦେଇ ଜୀବନ ସେ ରଖିଛି ,
ଛୁଆଟି ବେଳରୁକାଖେଇ କୋଳେ ବଡ଼ ନକରିଛି ।।
ଟିକିଏ ବି ହେଉ ଦୁଃଖ ନିଏ ମୋ ମଥାରୁ ସବୁ କାଢି ,
ସହି ସେ ପାରେନା ସନ୍ତାନର ଟିକେ ଦୁଃଖ ଘଡଘଡି ,
ନିଜେ ଉପାସେ ଥାଇ ଜହ୍ନ ଦେଖାଇ ଖୁଆଇ ମୁଁ ବଢିଛି ଆଜି ,
ନିଦ ନ ଆସିଲେ ଧୋବାୟାଗୀତରେ କେତେ ଶୁଆଇଛି ।।
ଅଝଟପଣ ଦେଖିକି ମିଛେଯାଏ ରାଗି ପୁଣି କରବେ ଋଷି ,
ଯେତେ ଡର ଆସିଲେ ପଣତତଳେ ଦିଏ ଘୋଡାଇ ,
ତା ଆଦରର ହାତ ମଥାରେ ରହିଲେ ଡର ଭୟ ଯାଏ ଉଭେଇ ,
ତା ସ୍ନେହ ମିଶା ଆଖି ଉପରେ ପଡ଼ିଲେ ଜଗତ ମୁଁ ଜିତଇ ।।
ତା କାଖରେ କାଖ ହୋଇ ଅନେକ ଜହ୍ନମାମୁଁ ଦେଖିଛି ,
ଆଜି ହେଲେ ପୂର୍ଣ୍ଣିମା ଜହ୍ନ ଜୋଷ୍ଣାରେ ସେ ଖୁସି ଏଯାଏଁ କଣ ପାଉଛି ,
ତାର ହାତ ରନ୍ଧା ମଣ୍ଡାଆରିଶା ପିଠା ଶାଗ କ୍ଷୀରି କେତେ ଖାଇଛି ,
ହେଲେ ସେ ସୁଆଦ କାହୁଁ ଏ ପଲଉ ଚିଲି ପନିରରେ ପାଉଛି ।।
ସେ ତ ବୋଉ ,
ମୋ ବୋଉ
ସୁଝିନି କି କେବେ ସୁଝି ପାରିବିନି ତା ଋଣ ଆଉ
ସେ ମୋ ଚିର ନମସ୍ୟା ବୋଉ