Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Tragedy Inspirational Others

4  

Bharatabandhu Biswal

Tragedy Inspirational Others

ହଁ ନା'ର ମିଛ ଏ ସମ୍ପର୍କ

ହଁ ନା'ର ମିଛ ଏ ସମ୍ପର୍କ

1 min
304



ସ°ସାରରେ ଲୋଡା ହୁଏ ସୁସ°ସ୍କାର

ବିଦ୍ୟା ଦର୍ଶନ ସାହିତ୍ୟ

ସବୁରି ମୂଳରେ ଥାଏ ବିଦ୍ୟମାନ

ସୁସମ୍ପର୍କ ଭାବଗତ ।

ଗଠିତ ହୁଏନା ଆମ ପରିବାର

ଆଦର୍ଶ ସମାଜ ଜାତି

ସମ୍ପର୍କ ବିହୁନେ ଉପୁଯେ ଜୀବନେ

ସଙ୍କଟଜନକ ସ୍ଥିତି ।

ଧାଉ°ଛି ମଣିଷ ଅନ୍ଧାର ପଛରେ

ଯନ୍ତ୍ର ପରି ଅବିରତ

ଦିନରାତି ଏକ କରି ଅରଜୁଛି

କେବଳ ସମ୍ପତ୍ତି ଅର୍ଥ ।

ନାହିଁ ଦାଦା ଖୁଡି ବଡ଼ମା ଦେଠେଇ

ବୁଢୀ ମାଆ ଜେଜେବାପା

ହଜି ତ ଗଲେଣି ଅଜା ଆଈ ସବୁ

ମାମୁଁ ମାଇଁ ସାଙ୍ଗ ସଖା ।

ଘରେ ବସି ଏକା ଦେଖାହୁଏ ଟିଭି

ଧରି ମୋବାଇଲ ବ୍ୟସ୍ତ

ରହିବି ନିକଟେ ଦେଖୁ ନାହିଁ କିଏ

ସାଇ ପଡୋଶୀଙ୍କ ମୁଖ ।

ପରିବାର ମଧ୍ୟେ ନାହିଁ ସୁସମ୍ପର୍କ

ଆଗପରି ସୁବିଶ୍ୱାସ

ବାର୍ଦ୍ଧକ୍ୟ ସମୟେ ଅତି ଅସହାୟ

ମାତାପିତା ହାହୁତାଶ ।

ଭାଙ୍ଗି ଯାଉଅଛି ସପନ ମହଲ

ବାଲିଘର ପ୍ରୀତିପ୍ରେମ

ବହୁନି ମମତା ଅମୃତ ନିର୍ଝର

ମଣିଷ ହୃଦୟହୀନ ।

ମତାନ୍ତର ହୁଏ ସାମାନ୍ୟ କଥାରେ

ବିବାହ ବନ୍ଧନ ଚ୍ଛିନ୍ନ

ଜୀବନେ ଜ୍ଜ୍ୱଳନ ଅତି ଦୁର୍ବିସହ

ସମ୍ବେଦନହୀନ ଶୂନ୍ୟ ।

ବୁଝୁ ନାହିଁ ବ୍ୟସ୍ତ ବିବ୍ରତ ମଣିଷ

ମହତ୍ତ୍ଵ ସୁମୂଲ୍ୟବୋଧ

ପହ°ରେ କୁହୁଡି ହଁ ନାହିଁ ମଧ୍ୟେ

ଲାଗଇ ମିଛ ସମ୍ପର୍କ ।

  


Rate this content
Log in

Similar oriya poem from Tragedy