STORYMIRROR

Ghanashyam Biswal

Tragedy Inspirational

4  

Ghanashyam Biswal

Tragedy Inspirational

ହଁ, ମୁଁ ଲେଖିବି

ହଁ, ମୁଁ ଲେଖିବି

1 min
449

ହଁ, ମୁଁ ଲେଖିବି

ଲେଖୁଥିବି

ଛାତିରେ ଜାକିଜୁକି ହୋଇ ରହିଥିବା

ବେଦନା ସବୁ ମୁକ୍ତି ପାଇବା ଯାଏ

କାପୁରୁଷ ବଲାତ୍କାରୀ

ଫାଶୀ ପାଇବା ଯାଏ

ପାପୀ ତା'ର ଭୁଲ ବୁଝି ।


କ୍ଷମା ଭିକ୍ଷା କରିବା ଯାଏ

ଆଉ ପ୍ରାୟଶ୍ଚିତ କରିବା ଯାଏ

ନୀରୀମାଖି ମନକଥା ବୁଝିବା ଯାଏ

ଆଉ ମୋ ଶାଶ୍ୱତ ପ୍ରେମର ମୂଲ୍ୟ ବୁଝିବା ଯାଏ ।


ଅନ୍ଧବିଶ୍ୱାସୀର ଆଖି ଖୋଲିବା ଯାଏ

ଆଉ ଅଵିଵେକୀ ସୁଧୁରିବା ଯାଏ

ନୀରିହା ନାବାଳିକା ନ୍ୟାୟ ପାଇବା ଯାଏ

ଆଉ ସମାଜ ତାକୁ ଗ୍ରହଣ କରିବା ଯାଏ

ମୁଁ ଲେଖୁଥିବି।


ବେଇମାନି ଦେଶଦ୍ରୋହୀର ମୁଖା ଖୋଲିବା ଯାଏ

ପଳାତକ ସବୁ ସଜା ପାଇବା ଯାଏ

ମୁଁ ଲେଖିବି

ଆଉ ଲେଖୁଥିବି

ମୋ ଦେଶ ବଦଳିବା ଯାଏ

ସୁଖ ଫେରିବା ଯାଏ

ଶାନ୍ତି ମିଳିବା ଯାଏ ।



Rate this content
Log in

Similar oriya poem from Tragedy