Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

suvendu Meher

Abstract

4  

suvendu Meher

Abstract

ହଲିଆ ଗୀତ

ହଲିଆ ଗୀତ

1 min
397



ଆରେ ହେ

ସମଲପୁରର ମାଗୋ ଇଷ୍ଟ ଦେବୀ ତୁଇ

ସେମେଲ ତଲେ ପୂଜା ପାଉ ମାତ ସମଲେଇ

ସଂସାର ପାଲିନି ମାଗୋ ଇଷ୍ଟଦେବୀ

ରଖିଥିବୁ ଛତର ଉଢେଇ ଗୋ ହ ।


ଆରେ ହେ

ତୋର ଦୟାରୁ ମାଧୋ ସିଂହର ପରାକ୍ରମ ଯେତେ

ମାଟିର ଲାଗି ଝଲସୁ ଥିଲା ସୁରେନ୍ଦର ସତେ

ଗଙ୍ଗାଧର ଭୀମଭୋଇ ରଖିଲେ କିରତି ଗୋ ମା

ଏ ସାରା ଜଗତେ ଗୋ ହ ।


ଆରେ ହେ

ହରିଶଙ୍କର ନରସିଂହ ନାଥର କିରତି ମହାନ

ଗନ୍ଧମାର୍ଦ୍ଦନ ଧରି ଅଛେ ଉସୋ କସାର ମାନ

ହୀରାକୁଦର ବିଜିଲି ତ ଚମକେ

ହେଇ ତେଜିୟାନ ରେ ହ ।


ଆରେ ହେ

ପାତାଳି ଶ୍ରୀକ୍ଷେତ୍ର ଦେଖ ତ୍ରିକୁଟ ପର୍ବତ 

ଦେବ ଝରନ ଝରୁଅଛେ ସେନ ଅବିରତ

ବାଘପାଲି ଦେଉଲଝରି ଫୁର୍ଲିଝରନ

ଆରୁ ପପଙ୍ଗା ପର୍ବତ ରେ ହ ।


ଆରେ ହେ

ବକ୍ର ମନ୍ଦିର ହୁମା ଆରୁ ଚଉସଠି ଯୋଗିନୀ

ସୋନପୁରର ଅଷ୍ଟ ଚଣ୍ଡି ଆରୁ ମେଟାକାନୀ

କଳାହାଣ୍ଡିର ଘୁମରା ସୁରେ ନାଚୁଛେ

ମା ମାଣିକେଶ୍ୱରୀ ହୋ ହ ।


ଆରେ ହେ

ସମ୍ବଲପୁରୀ ଗାନା ଆଉ ପିନ୍ଧନ ଉଢନ

ଡାଲଖାଇ ମାଏଲା ଜଡ ସେ ଢୁଲ ନିଶାନ

ରଙ୍ଗବତୀ ରଙ୍ଗେଇ ଦେଲା ପୁରଥୀ କେ

ହେଇ ତେଜିୟାନ ରେ ହ ।


ଆରେ ହେ

ଆଏଜ ଜନମ ଦିନ ଗୁରୁ ସତ୍ୟ ବହିଦାରର

ଜନମ ଦିନେ ପାହା ତଲେ ମୋର କୋଟି ଜୁହାର

ଆସ ସଭେ ଗୁନ ଗାଏମା ଭାଇ ହୋ

ହେଇ ଏକାକାର ହୋ ହ ।


Rate this content
Log in

Similar oriya poem from Abstract