Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Classics

4  

Chittaranjan Nanda

Classics

ହଜିଯିବା ବନ୍ଧୁତ୍ୱରେ

ହଜିଯିବା ବନ୍ଧୁତ୍ୱରେ

1 min
204



ଭାଗବତ ବାଣୀ ମନେ ପଡେ ମୋର l

ଉତ୍ତମ ସଙ୍ଗେ ସଙ୍ଗ ଯାର, ସେ କରେ ଉତ୍ତମ ବେଭାର l


ତେଣୁ ଉତ୍ତମ ବନ୍ଧୁ ଦେଖି ବାଛିବା l

ମୈତ୍ରୀ, ପ୍ରୀତିର ସଂସାର ଆପଣାଇବା l


ସର୍ବେ ଆମେ ପରମାତ୍ମାର ସନ୍ତାନ l

ବନ୍ଧୁ ପାଇଁ ଜାତି ଧରମର ନାହିଁ ସ୍ଥାନ l


ସ୍ନେହ ମମତାର ବନ୍ଧନର ଏହି ତ ଡୋରୀ l

ନୁହନ୍ତି, କେ କାହା ଅଇରି କି ଅବା ଭଗାରୀ l


ବନ୍ଧୁତ୍ୱ, ନିଃସ୍ବାର୍ଥପରତା ମନର ଭାବ l

ଦୂରେ ଥାଇ ମଧ୍ୟ ପାଖେ କରେ ଅନୁଭବ l


ଚକ୍ଷୁ ବନ୍ଦ କଲେ ପାଉ ଯାହାକୁ ନିତି l

ଅନୁଭବ କରିବା ସେହି ବନ୍ଧୁର ଉପସ୍ଥିତି l


ମିତ୍ର, ଦୁଃଖରେ ପାଖେ ଥିଲେ ଠିଆ ହୋଇ ।

ତାର ସାନିଧ୍ୟରେ ସବୁ ଦୁଃଖକୁ ଦିଏ ଭୁଲେଇ।


ପଢ଼ିଛେ, ବନ୍ଧୁତା କର୍ଣ୍ଣ ଦୁର୍ଯ୍ୟୋଧନ ଭିତରେ l

ବନ୍ଧୁତା ରାମଚନ୍ଦ୍ର ଆଉ ସୁଗ୍ରୀବଙ୍କ ମଧ୍ୟରେ ।


ପୁରାଣେ ପଢ଼ିଛେ କୃଷ୍ଣ ସୁଦାମାଙ୍କ ଭାବ l

ଭାବିବା ଆପଣା ପଣରେ, ସେ ବନ୍ଧୁତ୍ୱ ସମ୍ଭବ l


ଆଜି ମିତ୍ରତା ଦିବସେ ଘେନ ମୋ ଅଭିନନ୍ଦନ l

ସୁଖେ ରହି ହସୁଥାଅ ଏ ଦୁନିଆରେ ମୋର ବନ୍ଧୁଗଣ।


Rate this content
Log in

Similar oriya poem from Classics