STORYMIRROR

Abhakanta None

Fantasy Others

2  

Abhakanta None

Fantasy Others

ହଜିଲା ପ୍ରିୟା ଗୋ

ହଜିଲା ପ୍ରିୟା ଗୋ

1 min
13.3K


ଘନଘନ ଆଜି ମନେ ପଡ଼ କିଆଁ

ହେ ମୋର ହଜିଲା ପ୍ରୀୟା !

ଝସାଇ ପଶୁଛି ଆମର ସେ ବେଳ

ଥରାଇ ଦେଉଛି ହିଆ ।୦।

ଉଠୁଛି ସୁନାମୀ ହୃଦ ପାରାବାରେ

ଢେଉ ଫୁଲିଫୁଲି ନାଚେ

ସାଉଁଟି ଜୋଡିବା ମନ ଉପବନ

ପାଗଳ ପବନ କାଚେ

ଏକାନ୍ତ ଅଥୟ ମୋର......

ଆଖି ଲୁହ ଜରଜର........

ଅତୀତ ଅଫେରା ଜାଣି ନାହିଁ ଚାରା

ସ୍ମୃତି କରେ କୁଆବୁଆ ।୧।

ରାତି ବି ଆସିଲା ନିଦ ବାଟଭୁଲା

ଜାଣି, ନିରାଶରେ ଫେରେ

ଗୁମୁରି କାନ୍ଦୁଛି କିଏସେ କେଜାଣି

ମୋ ହୃଦ କୋଣୁଆ ଘରେ

ଅସରା ଅସରା ହୋଇ......

ଗାଢ଼ ନିଶ୍ଵାସ ପାରଇ......

କାବୁ କରେ ବୋଲି ବିଗତ ବେଳଟା

ଲୁହ ହୁଏ କାନଛୁଆଁ ।୨।

ତୁମରି ଦୁନିଆ କେମିତି କେଜାଣି

ପାରୁନି ବି ଠଉରେଇ

ତୁମେତ ଜାଣିନ ତେଣୁ ଜଣାଉଛି

ମୋ ଏକାନ୍ତେ ହାଇହାଇ

ସତ କହୁଛି ଲୋ ସହୀ......

ମୋ ଲାଗି ମୋ ନିଘା ନାହିଁ.....

ଆଉ ଅଳପକେ ଆସିବି ରହିଥା

ବସେଇବା ସେଠି ଗାଆଁ ।୩।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy