ହଜିଲା ଅତୀତ
ହଜିଲା ଅତୀତ


🌹ହଜିଲା 🌹
.. . . . . . . . . . . . . . . .
ଭାବିଥିଲି ମନେ
ଭୂଲି ଯାଇଥିବ
ଏତେ କଥା ହେଲା ପରେ
ମେସେଜ୍ ଚାଟିଙ୍ଗ୍
ଫୋଅନରେ ନାହିଁ
କଥା ଯାଇ କୋଅର୍ଟରେ ll 1
ତମ ବାପା ବୋଉ
ଭଉଣୀ ଭାଇଏ
ମିଶି କଲେ ହଲାପଟା
ବାଟରେ ଛକିଲେ
ଗାଳିମନ୍ଦ ଦେଲେ
ବିଛାଇଲେ କେତେ କଣ୍ଟା ll 2
ରାତାରାତି ଲୁଚି
କଲେ ବାହାଘର
ଶାଶୁଘର ଗଲ ଚାଲି
ମନର ଗୁପତେ
ଝୁରିହୁଅ ମୋତେ
ପା
ରିନ ଏହ ଯାଏଁ ଭୁଲି ll 3
କି ଲାଭ ପାଇଲ
ବଦନାମ କଲ
ପ୍ରେମ ମାନେ ନ ବୁଝିଲ
ପ୍ରେମ ଯେ ଅମର
ଶାଶ୍ବତ ମଧୁର
ଏ କଥାକୁ ଭୁଲିଗଲ ll 4
ଆଜି ଯେବେ ଦେଖେ
ବିବାହ ବାର୍ଷିକୀ
ପାଳୁଛ ଏକାକୀ ହୋଇ
ମନରେ ପୁଳାଏ
ପ୍ରଶ୍ନ ଉଙ୍କିମାରେ
ଉତ୍ତର ମୁଁ ପାଏ ନାହିଁ ll 5
ବନ୍ଧୁ ବୋଲି ମୋତେ
ଅନୁରୋଧ ବାର୍ତ୍ତା
ପଠାଉଛ ବାରବାର
ହଜିଲା ଅତୀତ
ହଜିତ ଗଲାଣି
ହୋଇବକି ସେ ନିଜର ll 6