STORYMIRROR

Gitanjali Pujapanda

Classics

3  

Gitanjali Pujapanda

Classics

ହଜିଲା ଅସ୍ତିତ୍ବ

ହଜିଲା ଅସ୍ତିତ୍ବ

1 min
221


ଖୋଲା ଆକାଶ ରେ ପକ୍ଷୀଟିଏ

ହୋଇ ଉଡିବାକୁ ଇଛା ହୁଏ ବେଳେ

ବେଳେ ବର୍ଷା ର ମିଠା ଛୁଆଁ ରେ ଭିଜି

ଭିଜି ଓଦା ହେଲେ କିଏ କହେ ଥଣ୍ଡା ହବ

ତତେ କାହିଁକି ଏତେ ଭିଜୁଛୁ ?

ଆରେ ବର୍ଷା ତ ଆସିଛି ଭିଜେଇ ବା ପାଇଁ

ହେଲେ ଏକଥା କହୁଥିବା ମନ ଟିକଣ ବୁଝି ପାରେ ?

ସବୁ ଥିରେ କଟକଣା ଶୁଣି ଶୁଣି

ଜିଇଁବାର ଇଚ୍ଛା ଟିକ ନିଜ ପାଇଁ କାହିଁକି ?

ମରିଯାଏଆକୁ ଖାଅନିତାକୁ କରନି ,ଓଃ !

ଆଜି ତମେ କୁଆଡେ ଯାଇଥିଲ କି ?

ସବୁ ବେଳେ ପ୍ରଶ୍ନ ର ବାଣ ଶୁଣି ଶୁଣି।

ଓଃ !ମଣିଷ ବିରକ୍ତ ହେଇଗଲାଣି

ମନ ହୁଏ ଉଡ଼ି ଯିବା କୁ ଖୋଲା

ଆକାଶ ଆଡ଼କୁ ପକ୍ଷୀଟିଏ ହୋଇ ।

ହେଲେ ରହି ଯାଏ ସେ ଆକାଶ

ତଳେ ଦୀପ ଟିଏ ହୋଇ ଅନ୍ୟ କୁ

ଆଲୋକ ଦେବା ପାଇଁ ହେଲେ ତା

ମୂଲ୍ୟ ବି କିଏ ବୁଝି ପାରେ କି ?

ଜଞ୍ଜାଳ ର ନିଆଁ ରେ ସେ ଉଡିଯିବାର

ଆଶାଟି ବି ଜଳିପୋଡି ପାଉଁଶ ତଳ ନିଆଁ

ପାଲଟି ଯାଏ ସବୁ ତୁମପାଇଁ କରି

କରି ନିଜ କୁ ବି କେତେବେଳେ ମଣିଷ

ଭୁଲି ଯାଏ ହେଲେ ଲେଖିବାର ନିଶା

ଟି ମନ କୁ ପୁଣି ଥରେ ଭାବି ବାକୁ ବାଧ୍ୟ

କରେ ମୋର ଅସ୍ତିତ୍ବ ଅଛିଏ ସାଂସର ରେ ।

ପୁଣି ସେ ପାଉଁଶ ତଳ ର ନିଆଁ ଟି

କୁହୁଳି କୁହୁଳି ଜାଳି ଉଠେ ମନ ରେ

କାହିଁକି ?,କେଜାଣି ମନ ହୁଏ ପୁଣି ଥରେ

ସେ ଖୋଲା ଆକାଶ ରେ ନିଜେ ହଜାଇ

ଥିବା ଅସ୍ତିତ୍ବ କୁ ଖୋଜିବାକୁ ଗୋଟେ ମୁହୁର୍ତ୍ତ

କାହା କଥା ନ ଭାବିମନଟା ଚାଲିଯାଏପୁଣି

ସେ ଖୋଲା ଆକାଶ ରେଡେଣା କୁ ଛାଟି

ପକ୍ଷୀ ପରି ଉଡିବାକୁ ଆଉ ଖୋଜିବାକୁ

ପୁଣିଥରେ ସେ ହଜିଲାଅସ୍ତିତ୍ବ କୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics