STORYMIRROR

Ajay kumar Behera

Inspirational

3  

Ajay kumar Behera

Inspirational

ହଜିଛି ମଣିଷପଣିଆ"

ହଜିଛି ମଣିଷପଣିଆ"

1 min
396

ହେ,ନର ତୁମେ ଶ୍ରେଷ୍ଠ ସୃଷ୍ଟି

ଈଶ୍ୱରଙ୍କର ଏଇ ସଂସାରର


ତଥାପି ତୁମେ ଯେ ସ୍ୱାର୍ଥନ୍ୱେସୀ

ଆପଣା ସୁଖରେ ଭରସି

କରି ଚାଲ ନିତି ଅବିଚାର

ଭାବି ଇଏ ସ୍ୱଧର୍ମ ନିଜର


ଜୀଵନ ଆଜି ଅସ୍ତବ୍ୟସ୍ତ

ଉତ୍ତପ୍ତ ଯେ ଧରା

ଚାରିଆଡେ ଖାଁ ଖାଁ ଶୂନ ଶାନ ପରା


ଆଉ ନାହିଁ ସେଇ ପୁରୁଣା ଦିନ

କାଉ କୋଇଲି ଯେ ଆଜି ବିଲୁପ୍ତ

ଦେଖିବାକୁ ମିଳୁନାହିଁ ତାଙ୍କରି ଚିହ୍ନ


ପିଲାବେଳେ ମୁହିଁ ଗଛମୂଳେ ଥାଇ

କଥା ହେଉଥାଏ ଏଣ୍ଡୁଅ ସହ

ଉତ୍ତର ଦିଏ ସେ ମୁଣ୍ଡ ଟୁଙ୍ଗାରି ଦେଇ

ଏବେ ଆଉ ତାର ଦେଖା ମିଳୁତ ନାହିଁ


ନରର ପାଦୁର୍ଭାବେ ଆଜି

କବଳିତ ଧରା ନିଜ ବୁଦ୍ଧି ବଳେ

ତାକୁ ସେ ଯେ ଭାବୁଛି ସରା

ସମୟ ଆସିବ ଏମିତି

ଦିନେ ସେ ବସି ନିଶ୍ଚେ କାନ୍ଦିବ ପରା


ଗ୍ରୀଷ୍ମପ୍ରବାହ ଏମିତି ହେଲାଣି

ଜୀଵନ ଜଳୁଛି ହୁତୁ ହୁତୁ ହୋଇ

ତଥାପି ନର ବୁଝେ ନାହିଁ

କଳ ପରେ କଳ ଗଢି ଚାଲିଛି ପ୍ରବଳ

ଛାଡି ଦୂଷିତ ଜଳ ଦିନ ଏମିତି ଆଇବ

ନା ବରଷା ହୋଇବ ଚାରିଆଡେ ଖାଲି

ମରୁଡି ପଡିବ ଜୀଵନ ଡ଼ହଳ ବିକଳ ହୋଇବ


ସୁଧୁରି ଯାଅ ହେ ନର ଥରେ ବିଚାର କର

ନିଜ ହାତେ କାହିଁ ନିଜ ଭବିଷ୍ୟତକୁ

ନଷ୍ଟ କର


ଯଦି ଜୀବଜନ୍ତୁ

ନ ରହିବେ ଏଇ ଧରାରେ

ଆମେ କି ବଞ୍ଚିପାରିବା

ତାଙ୍କ ବିନାରେ ଆମେ ଯତ୍ନ ନେଲେ

ପୁଣି ତାଙ୍କରି ଭବିଷ୍ୟତ ଖୁସି ହେବ ଆମରି


ଆସ ଆମେ ଶପଥ ନେବା

ଗଛ ନ କାଟି ଗଛ ରୋପିବା

ସବୁଜିମା ଭରା ଧରା ଗଢିବା

ଆଗ ଭବିଷ୍ୟତ କଥା ବିଚାରିବା


ଜୀବେ ଦୟା ଭାବ ମନେ ନେଇ

ତାଙ୍କ ପ୍ରତି ଅବିଚାର ଆମେ

କରିବା ନାହିଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational