STORYMIRROR

pratap nayak

Abstract

3  

pratap nayak

Abstract

ହିସାବ

ହିସାବ

1 min
441


ଅଳପେଇସା ସମୟ 

ହିସାବ ରଖେନା

ହିସାବ ରଖେନା 

ସେହି ମଉଳା ଜୁଇ ଜାଇ ହେନାର

ସଂଭୋଗର ଶେଷ ପରିଣତି ,

ଶେଷ ଇତିବୃତ୍ତ

ଏତେ ନିଷ୍ଠୁର ସତେ!

ସତେ ଯେମିତି .

ଗୋଟିଏ ଦିନର ପଲଙ୍କ ସେବାରେ ,

ଛଡାଫୁଲ ହେଇ ଷଢନ୍ତି ସେଠାରେ

ଯେଉଁଠି ନାକ ଟେକନ୍ତି ବାବୁମାନେ 

କୁଳଟା ଗୋଲାପର ଦ୍ୱାହି ବି ଦିଅନ୍ତି.

ନିଷ୍ଠୁର ସତ୍ୟର ପର୍ଯ୍ୟାଲୋଚନା 

ଏମିତି ବି ହୁଏ ... କିନ୍ତୁ 

କିନ୍ତୁ ସଂଜ ନଇଁଲେ

ରାସ୍ତାର ନିୟନ ଆଲୋକ ଉଜ୍ଜ୍ୱଳ ଦିଶିଲେ

ରକ୍ତିଆନ ପାଣି ରକ୍ତିଆନ ଆଖି

ଶୋଷିନିଏ ନିବୃତ୍ତ ବାସନା .

ରସ ପୁଣି ବଢିବଢିଯାଏ,

ନା ସେ ସମୟ ....

ରଖେ ହିସାବ ମଉଳା ଫୁଲର 

ନା ନିଜର ହିସାବ

ସଜକଢି ବୃନ୍ତଚ୍ୟୁତ ହୁଏ 

କିଏ ରଖେକି ହିସାବ ?

ନା ତୁମେ ଆମେ ନା ଆଉକେହି

ସବୁ ସେମିତି ଚାଲିଥାଏ ଅବିରାମ ଭାବେ 

ମଧୁମାଳତୀର ଭୁରୁ ଭୁରୁ ବାସ୍ନା

ଉନ୍ମାଦିତ କରେ,

ଉଚ୍ଚାଟନ ଆଣେ ମନରେ 

ଶିହରିତ କରେ ଛାତି

ଫୁଲିଉଠେ ଫୁସଫୁସ୍

ଭୋଗୁ ସିଏ !

ଭୋଗୁ ସିଏ ତା ଫୁଲେଇଫୁଟା କଲାକର୍ମ....

କାର ଯାଏ ଆସେ କେତେ ....

ଯାଏ ଆସେ କେତେ ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract