STORYMIRROR

Ashok Kumar Nayak

Horror

4  

Ashok Kumar Nayak

Horror

ହିରୋ

ହିରୋ

1 min
244

ହିରୋ ନାମଟି ତ ସବୁରିଙ୍କ ପ୍ରିୟ

ସିନେମାରେ ଖ୍ୟାତି ହେବ,

ନିଜେ ନ ମରିଣ ଅତି ସହଜରେ

ମିଛେ ହିଁ ମାରିପାରିବ l


ଖୁସି ସେ କରିବ ଡେଇଁବ ନାଚିବ

ସୁଖରେ ସୁଖରେ ରହିବ,

ଦର୍ଶକମାନଙ୍କୁ ଭେଳିକି ଦେଖାଇ

ବହୁତ ଟଙ୍କା ପାଇବ l


ସୀମାନ୍ତରେ ଥାଏ ପ୍ରକୃତ ହିରୋଟି

ସୁରକ୍ଷା ଆମକୁ ଦିଏ,

ଦୁଃଖରେ କଷ୍ଟରେ ନିଜେ ବଞ୍ଚି ରହି

ଦେଶେ ଖୁସି ବାଣ୍ଟିଥାଏ l


ପ୍ରକୃତ ହିରୋ ସେ ସୈନିକ ଅଟଇ

ସୈନିକ ଭଳି ଲଢ଼ଇ,

ଆମରି ପାଖରେ ବିପଦେ ଆପଦେ

ବାଘ ପରି ରହି ଥାଇ l


କୋଟି କୋଟି ଲୋକ ସୁରକ୍ଷା ପାଇଁ କି

ଦେଶକୁ ଜଗି ବସିଛି,

ଭାରତୀୟ ବନ୍ଧୁ ହୋଇ ସେ ପାରିଛି

ହସଖୁସିରେ ରହିଛି l


ଆମେ ଯଦି ତାକୁ ହିରୋ ନ କହିବା

ଆଉ କାହାକୁ କହିବା,

ହିରୋ ନାମଟି ହିଁ ତାହାକୁ ପ୍ରଯୁଜ୍ୟ

ତା'ର ଗୁଣକୁ ଗାଇବା l


ଦେଖୁଛେ ଫିଲ୍ମରେ କେତେକ ହିରୋଙ୍କୁ

ସେମାନେ ହିଁ ମିଛ ହିରୋ,

କହିବାକୁ ଗଲେ ଚିର ବନ୍ଧୁ ଆମ

ସୈନିକ ପ୍ରକୃତ ହିରୋ l



Rate this content
Log in

Similar oriya poem from Horror