Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Birakishore Nayak

Abstract

4  

Birakishore Nayak

Abstract

ହିମାଳୟ

ହିମାଳୟ

1 min
991



  

ପ୍ରକୃତି ରାଣୀର ରୂପ ମନୋହର

     ଭୂମିରୂପ ଭିନ୍ନ ଭିନ୍ନ,

 ପର୍ବତ ଅଞ୍ଚଳ, ମାଳ, ମରୁଭୂମି,

     ସମତଳ ଭୂମି ମାନ |

ହିମାଳୟ ଗିରି ସବୁଠାରୁ ବଡ଼

     ଏସିଆ ମହାଦେଶରେ,

ଭାରତ, ତିବ୍ବତ ଦେଶେ ଅବସ୍ଥିତ

     ମୁଣ୍ଡ ଟେକି ସଗର୍ବରେ |

ସଦା ହିମାବୃତ ହୋଇଥଏ ସିଏ

     ତେଣୁ ନାମ ହିମାଳୟ,

ଧବଳ ରୂପରେ ଉପରି ଭାଗ ତା

     ଦିଶେ ଅତି ଶୋଭନୀୟ |

ବହୁ ପର୍ବତର ସମାହାର ସିଏ

     ସତେ ଏକ ପରିବାର,

ଲଗାଲଗି ହୋଇ ରହିଛନ୍ତି ସବୁ

     ହୋଇ ସଦା ଆପଣାର |

ଏଭେରେଷ୍ଟ ଶୃଙ୍ଗ ସବୁଠାରୁ ଉଚ୍ଚ

     ସତେ କି ମସ୍ତକ ତାର,

ଅମ୍ଳଜାନ ସ୍ତର ନଥାଇ ତାହା ବି

     ସ୍ପର୍ଶ ପାଏ ମଣିଷର |

ଗଙ୍ଗା, ବ୍ରହ୍ମପୁତ୍ର,ସିନ୍ଧୁ ନଦୀ ଜନ୍ମ

     ହିମାଳୟୁ ହୋଇଛନ୍ତି,

ଶ୍ୟାମ ସୁଷମାରେ ଭରି ଶସ୍ୟ କ୍ଷେତ୍ର

      ଜନମନ ମୋହୁଛନ୍ତି |

ନିମ୍ନଭାଗେ ତାର ଅରଣ୍ୟ ଶୋଭିତ

      ବାସ ବି କରନ୍ତି ଲୋକେ,

କିଛି ବନ୍ୟ ଜନ୍ତୁ ଜଳବାୟୁ ମତେ

      ରହିଛନ୍ତି ତାର ବକ୍ଷେ |

ପୁରାଣେ ବର୍ଣ୍ଣିତ ବହୁ ଗାଥା ତାର

      ପବିତ୍ର ଯେ ହିମାଳୟ,

କୈଳାସ ପର୍ବତ ରହିଛି ସେଠାରେ

      ଶିବ ପାର୍ବତୀ ଆଳୟ |

ପାଣ୍ଡବଙ୍କ ଜ୍ୟେଷ୍ଠ ଭ୍ରାତ ଯୁଧିଷ୍ଠିର

      ହିମାଳୟ ପଥଦେଇ,

ଯାଇଥିଲେ ସ୍ୱର୍ଗ ଚଢି ଏ ପର୍ବତ

      ରାମାୟଣ ଅଛି କହି |

ପବିତ୍ର ଗଙ୍ଗାଙ୍କୁ ସରଗ ପୁରରୁ

      ଆଣିଥିଲେ ଭଗିରଥ,

ହିମାଳୟେ ସିଏ ରହି ଭାରତକୁ

      ବହି କରୁଛି ପବିତ୍ର |

ବହୁ ମୁନୀ ଋଷି ହିମାଳୟ କୋଳେ

      ତପସ୍ୟାରେ ମଗ୍ନ ହୋଇ,

ପାଇଛନ୍ତି ମୋକ୍ଷ ପୁରାଣେ ରଚିତ

      କାହାଣୀ ଯାଉଛି ଗାଇ |

ବହୁ ଔଷଧୀୟ ଗୁଳ୍ମ ତା ବକ୍ଷରେ

      ଜନମେ ଅମୃତ ସମ,

ଇତିହାସ ତାର ନାହିଁ ପଟାନ୍ତର

      ସତେ ଅବା ସ୍ୱର୍ଗଧାମ |



Rate this content
Log in

Similar oriya poem from Abstract