ହେଉ ନାରୀ ସୁରକ୍ଷିତ
ହେଉ ନାରୀ ସୁରକ୍ଷିତ
ଅବଳା ଦୁର୍ବଳା ନୁହେଁ ଅସହାୟ
ଭୋଗସର୍ବସ୍ୱତା କାମ
ମହାଶକ୍ତି ନାରୀ ପ୍ରକୃତି ପୃଥିବୀ
ସର୍ବ°ସହା ସ୍ନେହପ୍ରେମ ।
ନାରୀ ଜନ୍ମଦାତ୍ରୀ ଜାୟା ଓ ଭଗିନୀ
ପୁଣ୍ୟ ସ୍ୱର୍ଗ ସୁଖ ପଥ
ନାରୀ ସୁକୋମଳ ଶାନ୍ତ ସମୀରଣ
ତଟିନୀ ନିର୍ଝର ସ୍ରୋତ ।
ସ°ହତି ସୁମତି ଶାନ୍ତି ମୈତ୍ରୀ ପ୍ରୀତି
ସୁଖ ସୈ।ଭାଗ୍ୟ ଦାୟକ
ନାରୀ ନାରାୟଣୀ ପାଣି ସୁଗ୍ରହଣେ
ଚର୍ତୁଭୂଜ ହୁଏ କାକ ।
ସୁହାସିନୀ ନାରୀ ଅମୃତ ପ୍ରସବା
ଜୀବନ ଆନନ୍ଦ ଉତ୍ସ
ଝରେ ତାର କଣ୍ଠୁ ମଧୁର ସୁନ୍ଦର
କଥା ମିଠା ମିଠା ଗୀତ ।
ରହୁ ଅନାବିଳ ସ୍ୱଚ୍ଛ ତା ପ୍ରବାହ
ହସିଉଠୁ ଦୁଇକୂଳ
ନାରୀ ସ୍ୱାଧୀନତା ସ୍ୱଚ୍ଛନ୍ଦ ବିହାରେ
ନ ପଡୁ କଳା ନଜର ।
ନାରୀ ନିର୍ଯ୍ୟାତନା ନିନ୍ଦନୀୟ କର୍ମ
ଅଟଇ ଅହିତକର
ହେଉ ଦଣ୍ଡନୀୟ ପାପ ବ୍ୟଭିଚାର
ପୁରସ୍କୃତ ସୁସସ୍କାର ।
ସହାୟ ହୁଅନ୍ତୁ ପରମ ପୁରୁଷ
ଲୀଳାମୟ ଜଗନ୍ନାଥ
ସମାଜ ଜୀବନ ହେଉ ସୁସ°ହତ
ହେଉ ନାରୀ ସୁରକ୍ଷିତ ।
-----
