Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

PUSPALATA SAHOO

Crime

3.4  

PUSPALATA SAHOO

Crime

ହେ ନ୍ୟାୟାଧିଶ

ହେ ନ୍ୟାୟାଧିଶ

1 min
180


ନ୍ୟାୟର ଚୌକିରେ ବସିଛ ତୁମେ 

ନ୍ୟାୟ ସାଥେ ଚାଲି ପଥ 

ନ୍ୟାୟର ନିକିତି ଭାରି ପଡି ଅଛି 

ଟଳମଳ ହୁଏ ପାଦ ।


ହେ ନ୍ୟାୟାଧିଶ ବିଚାର କର ହେ 

ପାପ ପୂଣ୍ୟ କଥା ଭାବି 

ସତ ମିଛ କିଛି କରନି ଓଲଟା 

ତୁମ ପାଶେ ସବୁ ଚାବି ।


ଅନ୍ୟାୟକୁ କେବେ ଦେବନି ପ୍ରଶ୍ରୟ 

କରିବନି ଭୁଲ ନ୍ୟାୟ 

ନ୍ୟାୟ ଯଦି ଥରେ ହୋଇଥାଏ ଭୁଲ 

ହେବନି ସତ୍ୟର ଜୟ ।


ଗାନ୍ଧାରୀ ଆଖିରେ ବାନ୍ଧିଛି ପଟି 

ଦେଖିବନି କିଛି ଭୁଲ 

ନ୍ୟାୟର ଗଡା଼ରେ ଛିଡା ହୋଇ କେହି 

କହେନି ନିଜର ଭୁଲ ।


ସେଥିପାଇଁ ଲୋଡ଼ା ନ୍ୟାୟାଧିଶ ଟିଏ 

ଦେବାକୁ ସଠିକ ନ୍ୟାୟ

ଉପରେ ଥାଇ ଭଗବାନ ସଦା 

ହୁଅନ୍ତି ତାକୁ ସଦୟ ।


Rate this content
Log in