STORYMIRROR

Sunanda Mohanty

Abstract Crime Thriller

3  

Sunanda Mohanty

Abstract Crime Thriller

ଛଳନା

ଛଳନା

1 min
137

ଜୀବନେ ଛଳନା କାହିଁକି ଆଉ

ଅଢେଇ ଦିନର ଜୀବନେ ଭାଉ

ମଶାଣୀ ଭୁଇଁରେ ନାଟକ ଶେଷ 

ଛାଡ଼ିବା କାହିଁକି, ଜୀବନେ ଛଳନା ବିଷ 

ଶ୍ରେଷ୍ଠ ପ୍ରାଣୀ ବୋଲି ମନୁଷ୍ୟ କହି 

ଦଇବ ଦଉଡି ଯେଣିକି ନେଇ 

ତା ଭିତରେ ମୂର୍ଖତା ଭରି 

ଛଳନା ଛନ୍ଦରେ ଜୀବନ ଭରି 

ନିଶ୍ୱାସ କୁ ଏଠି ବିଶ୍ୱାସ ନାହିଁ 

ମଣିଷ ହରିଙ୍କ ନିର୍ଦେଶ ବହି 

ଚାଲୁଥାଉ ଅଣ୍ଟା ସଳଖ କରି 

ସତ୍ୟ ଧର୍ମ ଆବୋରି 

ଛଳନା ର ଛାଇ ନୁଁହଇ ମିଠା 

ଛଳନା ର ଛତା କରଇ ଓଦା 

ଛଳନା ର କଥା ବିଷମ ଅଟେ 

ଛଳନା ସମ୍ପର୍କ ନିଶ୍ଚୟ ତୁଟେ 

ଛଳନାରେ ଶକୁନି ମହାଭାରତେ 

ନିନ୍ଦିତ ଚରିତ୍ର ମନୁଷ୍ୟଗଣ ଭିତରେ 

କୈକେୟୀ ମାତାଙ୍କ ଛଳନା ପାଇଁ 

ଚଉଦ ବରଷ ରାମ ବନେ କଟାଇ 

ଛଳନା ଶୀକାର ନହେବା କେହି 

ସତ୍ୟ ଧର୍ମ ପଥେ ଯେ ବାଟ ଚଲାଇ 

ଛଳନାମୟଙ୍କ ଛଳ କପଟ 

କିଏସେ ବୁଝିବ କାହିଁ ଏ ଜୀବନ ନାଟ 

ଅଢେଇ ଦିନର କୁଣିଆ ହୋଇ 

ଛଳନା ଛାଡ଼ିବା ଜୀବନ ରଙ୍ଗମଞ୍ଚ ଏହି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract