STORYMIRROR

ଦୀପଙ୍କର ଦାସ

Action Crime Inspirational

3  

ଦୀପଙ୍କର ଦାସ

Action Crime Inspirational

ଅଭଦ୍ର ନାୟକ

ଅଭଦ୍ର ନାୟକ

1 min
417

ମୁଁ ତୁମକୁ ଦେଖିଛି

ବୋଧେ ରେଡଲାଇଟ୍ ଏରିଆର ଶୁନଶାନ୍ ରାତିରେ

କେଉଁ ଏକ ଦେହଜିବୀର ଉଲଗ୍ନ ଛାତି ଉପରେ

ରାତି ସାରା ତାର ଜୀବନ ରୂପୀ ଉପନ୍ୟାସର

ପ୍ରତ୍ୟେକ ଧାଡିକୁ ଆଙ୍ଗୁଳିରେ ଥାପି ଥାପି

ଧୀରେ ଧୀରେ କରି ସବୁ ପଢ଼ିଦେଇଛି

ଆଉ ଉପନ୍ୟାସର ଶେଷ ପୃଷ୍ଠାରେ

ଖାଲି ଖୁସି ଆଉ ଖୁସି ପାଇଛି

ହେଲେ ସତରେ କଣ ମୁଁ ଖୁସି ପାଇଛି

ନା ଅନେକ କିଛି ହରାଇଦେଇଛି

ପ୍ରତ୍ୟେକ ରାତିରେ ମୁଁ ଟଙ୍କା ଦେଇ

କାମନାର ନିଆଁରେ ମୋ ମାନବିକତାକୁ

ସ୍ବାହା କରିଦେଉଛି ସେଇ ଜଳନ୍ତା ଅଗ୍ନିରେ

ହଁ ଆଜି କେହି ଜାଣି ନାହାଁନ୍ତି

ହେଲେ କେବେ ତ ଜାଣିବେ

ମୋ ବାପା ଭାଇ ସ୍ତ୍ରୀ ମା ନହେଲେ ପୁଅ

ରାତିରେ ମୁଁ ସେଠି ଯାଇ ବୋଧେ ଅନେକ ପୁଣ୍ୟ ଅର୍ଜନ କରୁଛି

ଆଉ ଦିନରେ ଗୋଟେ ଭଦ୍ର ବ୍ୟକ୍ତିର ଅଭିନୟ କରି

ତାକୁ ହିଁ ବେଶ୍ୟା ବେଶ୍ୟା ହଜାର ଥର କହିଛି

ଘରେ ଆସି ଭଲ ପୁଅ ଭଲ ବାପା ଭଲ ସ୍ୱାମୀର ଅଭିନୟ କରିଛି

ଟଙ୍କାରେ ଖୁସିର ଗୋଟେ ସଉଦା କରିଦେଇଛି

ମୁଁ ତୁମକୁ ଦେଖିଛି

ଏଇ ତୁମେ କିଏ???

ବୋଧେ ମୁଁ ବୋଧେ ମୋ ଭାଇ ବୋଧେ ତୁମେ

ଆମ ମଧ୍ୟରୁ କେହିତ ଯାଉଛି

ଆଉ ଏଠି ଆସି ଅଭିନୟ କରୁଛି ହ୍ୱାଇଟ ଲାଇଟରେ

ମୋ ମଧ୍ୟରେ ଥିବା ମାନବ ମରି ସାରିଛି

ସବୁବେଳେ ଖୁସି ଖୋଜି ଖୋଜି

ବଞ୍ଚିରହିବାର ଗୋଟେ ସାଜିଶ କରିଛି

ଜୀବନ ଏବେ କେବଳ ସକାଳୁ ଉଠିବା

ଭିଡ଼ରେ ହଜିବା ଠେଲାପେଲା ଖାଇବା

ରାତିରେ ରେଡଲାଇଟ ଏରିଆର ଅଭଦ୍ର ନାୟକ ସାଜିବା

ନହେଲେ ଘରେ ଆସି ପିଲା ଜନ୍ମ କରିବା ଏଇ ଭିତରେ

ସୀମିତ ରହିଯାଇଛି

କାରଣ ମୋ ଭିତର ପୁରୁଷକୁ ମୁଁ ନଷ୍ଟ କରିଦେଇଛି

ନାରୀର ସୁରକ୍ଷା ପାଇଁ ପାଇଥିବା ଶରୀରରଟା

ଆଜି କ୍ଷତାକ୍ତ କରିବାର କୁରାଢି ସାଜିଛି।

ତାହାଲେ ମୁଁ କଣ ଖଳନାୟକ

ନା ନା ମୁଁ ଖଳନାୟକ ନୁହେଁ ମୁଁ ଜଣେ ନାୟକ

ହେଲେ ଜଣେ ଅଭଦ୍ର ନାୟକ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action