କଟୁ ସତ୍ୟ
କଟୁ ସତ୍ୟ
ପୂର୍ବେ ଉଦୟ ପଶ୍ଚିମେ ଅସ୍ତ
ଜନମ ଲଭିଲେ ମୃତ୍ୟୁ ସୁନିଶ୍ଚିତ
ସୂର୍ଯ୍ୟ ଚନ୍ଦ୍ର ଏକା ସତ୍ୟ
ମୃତ୍ୟୁ ବି ଅନିବାର୍ୟ ।
ଏନ୍ତୁଡ଼ିଶାଳ ରୁ ଆରମ୍ଭ
ମଶାଣି ଭୂଇଁ ରେ ଶେଷ
ଜଳି ଗଲେ ମୁଠେ ପାଉଁଶ
ବୃଥା କାହିଁ କରୁ ଗର୍ବ ଅହଙ୍କାର ।
କେତେ ଜନମ ର ପୁଣ୍ୟ ବଳେ ତୁ ଲଭି ଅଛୁ ମଣିଷ ଜନମ
ଧନ ର ପ୍ରାଚୁର୍ୟ ନୁହେଁ ଚିରଦିନ
ଚାଲିଯିବ ଭରା ଯୌବନ
ମାଟି ର ଶରୀର ଦିନେ ମାଟି ରେ ମିଶିବ
ମଲା ପରେ ଭୋଗିବୁ କୁମ୍ଭି ପାକ ନର୍କ
ଏବେଠୁ ହେଇଯା ତୁ ହୁସିଆର ।
ପାପ ର ରାସ୍ତା ଭାରି କଳଙ୍କିତ
ରହିବେନି କେହି ସହି ସଙ୍ଗାତ
ନିଜ ନିଜ ସ୍ୱାର୍ଥ ଲୁଟି
ତୋ ଠୁ ଯିବେ ଦୂରେଇ
ଖୋଜିଲେ ବି ପାଇବନି ତୋ ଆଖି ।
ସୂର୍ଯ୍ୟ ର ତେଜ ଚନ୍ଦ୍ର ର ଶୀତଳ କିରଣ
ସଦ୍ ବୁଦ୍ଧି ଦେଉ ତୋ ମସ୍ତକେ
ହେଇ ଯାଉ ସବୁ ପାପ ତୋର ମୋକ୍ଷ ।