STORYMIRROR

PUSPALATA SAHOO

Crime

3  

PUSPALATA SAHOO

Crime

ଷଡଯନ୍ତ୍ର

ଷଡଯନ୍ତ୍ର

1 min
178

କେତେ ଷଡଯନ୍ତ୍ର ରଚି ଥିଲା 

ମାନି ଦୁର୍ଯ୍ୟୋଧନ 

ପ୍ରତିଶୋଧ ନେବ ବୋଲି 

କରିବ ପାଣ୍ଡଵ ବଂଶ ଧ୍ୱଂସ 

ପଞ୍ଚୁ ପାଣ୍ଡଵ ସହ ମାତା କୁନ୍ତୀ 

ସମସ୍ତଙ୍କୁ ମୃତ୍ୟୁର କୋଳରେ 

ଶୁଆଇ ଦେବାକୁ ପ୍ରୟାସ ।


ତିଆରି କରିଥିଲା ଯଉ ଘର 

ଚାରିପଟେ ଦେଇ ଯଉ ମୁଦ

ପାଣ୍ଡଵଙ୍କୁ ରଖିଥିଲା ଘରେ 

କିନ୍ତୁ ସୃଷ୍ଟିର ନିୟମ ଥିଲା ବିଚିତ୍ର 

ଯାହା ସାଥେ ପ୍ରଭୁ ନାରାୟଣ 

ଯିଏ କୃଷ୍ଣଙ୍କର ସଖା ଓ ସଖି 

ତାକୁ କିଏ ମାରି ପାରିବ ।


ସବୁ ଷଡଯନ୍ତ୍ର ହୋଇଗଲା ପଣ୍ଡୁ 

ପାଣ୍ଡଵ ରକ୍ଷା ପାଇଥିଲେ 

ସେହି ନାରାୟଣଙ୍କର ଅପୂର୍ଵ କୃପାରୁ

ଯଉ ଘରେ ନିଆଁ ଲାଗିବା ପୂର୍ବରୁ 

ଜଣେ ଜଣେ ଖସି ଆସିଥିଲେ 

ଯଉ ଘରୁ ନିଜକୁ ବଞ୍ଚାଇ 

ସବୁ ସମ୍ଭବ କେବଳ ସେହି କୃଷ୍ଣ ପାଇଁ 

ସାରା ଦୁନିଆର ଯିଏ ରକ୍ଷକ 

ଯାହା ଇଛାରେ ଆତଜାତ ସୂର୍ଯ୍ୟ ଚନ୍ଦ୍ର 

ତାଙ୍କରି କୃପାରୁ ରକ୍ଷା ପାଇଥିଲେ 

ମାତା ସହ ପଞ୍ଚୁ ପାଣ୍ଡଵ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Crime