STORYMIRROR

ବି. ନିରୁପମା

Inspirational

3  

ବି. ନିରୁପମା

Inspirational

ହେବୁ ତୁମଭଳି

ହେବୁ ତୁମଭଳି

1 min
470

ସୁଷମା ସ୍ୱରାଜ ତୁମେ କୋଟି ହୃଦ ରାଣୀ

ଗୁଣ ଗାରିମାରେ ମନ ନେଇଥିଲ କିଣି ।

ସବୁ ସୁଷମା ତୁମଠି ବିହି କରି ଠୁଳ

ଏ ଧରାକୁ ପେଷିଥିଲେ ଦେଇ ବୁଦ୍ଧି ବଳ ।


କୋକିଳା କଣ୍ଠି ଗୋ ତୁମ ମଧୁର ଭାଷରେ

କେତେ ପ୍ରଭାବିତ ହେଲେ ଦେଶ ବିଦେଶରେ ।

ଛୋଟ ବେଳୁ ଥିଲା ବହୁ ପ୍ରତିଭା ତୁମର

ପ୍ରେରଣାର ଉତ୍ସ ତୁମେ ଆଗୋ ନାରୀବର ।


ଦେଶ ଜାତି ହିତେ କଲ କରମ ଅଶେଷ

ଥକି ପଡ଼ି ନାହଁ କେବେ ସେ କାର୍ଯ୍ୟରେ ଲେଶ ।

ତୁମ ସୁମଧୁର ହାସ କ୍ରାନ୍ତିକାରୀ ଭାଷ

ମନେ ରଖିଅଛି ରଖିଥିବ ଏଇ ଦେଶ ।


ଶକ୍ତିମୟୀ ଜ୍ୟୋତିର୍ମୟୀ ଏବେ ଗଲ ଶୋଇ

ଝୁରୁଅଛୁ ଦେଶବାସୀ ତୁମ ଗୁଣ ଗାଇ ।

ହେ ବିଦୁଷୀ ଦେଶ ଜାତି ହିତେ କାମ କରି

ଅଫେରା ରାଇଜେ ତୁମେ ଯାଇଅଛ ଫେରି ।


ଶ୍ରଦ୍ଧାଞ୍ଜଳି ଦେଉ ଆମେ ଦେଶବାସୀ ମିଳି

ଶୁଭାଶିଷ ଦିଅ ଯେହ୍ନେ ହେବୁ ତୁମ ଭଳି ।


Rate this content
Log in

Similar oriya poem from Inspirational