STORYMIRROR

Prafulla Chandra Mishra

Classics

3  

Prafulla Chandra Mishra

Classics

ହେ ତୁଙ୍ଗ ନାଉରୀ

ହେ ତୁଙ୍ଗ ନାଉରୀ

1 min
261


ଜଗନ୍ନାଥ ମୟ ଏ ସାରା ସଂସାର ତା ବିହୁନେ ଗତି କାହିଁ

ସେ କରଇ ଲୀଳା ସେ କରଇ ଖେଳା ସେ ପରା ଜଗତ ସାଇଁ

ତା ମହାପ୍ରସାଦ ଅଲଭ୍ୟ ସଂସାରେ ଅମୃତ ତୁଲ୍ୟ ସେ ଭୋଗ

ସେବନ କରିଲେ ମୃତ୍ୟୁ ହାରିଯାଏ ବାଚାଳ ହୁଅଇ ମୁକ

ସେହି ମୋର ପ୍ରାଣ ସେ ମୋର ଜୀବନ ତାକୁ ନିତି ମୁଁ ଝୁରଇ

ଜଗନ୍ନାଥ ମୟ ଏ ସାରା ସଂସାର ତା ବିହୁନେ ଗତି କାହିଁ ।।


ଏମିତି ଠାକୁର ଦେଖିଛ କି କିଏ ଡାକିଦେଲେ ଡାକ ଶୁଣେ

ଲକ୍ଷ୍ମୀ ଠାକୁରାଣୀ ଯାହାର ଘରଣୀ ବସିଛି ସେ ନୀଳାଚଳେ

ନୀଳାମ୍ବର ଯାର ଜ୍ୟେଷ୍ଠ ଭାତୃ ପୁଣି ସୁଭଦ୍ରିକା ଯା ଭଗନୀ

ଲକ୍ଷେ ଶାଳଗ୍ରାମ ପରେ ସିଂହାସନ ଭୁଷିତ ମର୍କତ ମଣୀ

ତା ଛନ୍ଦା ଯୁଗଳ ପଦପ୍ରାନ୍ତେ ପଡ଼ି ଡାକୁଛି ଆତୁରେ ମୁହିଁ

ଜଗନ୍ନାଥ ମୟ ଏ ସାରା ସଂସାର ତା ବିହୁନେ ଗତି କାହିଁ ।।


ଯାର କୃପାବଳେ ପଙ୍ଗୁ ଲଂଘି ପରେ ଦୁର୍ଗମ ପ୍ରାନ୍ତର ଗିରି

ଅନ୍ତର ଦେବତା ଜାଣେ ସବୁକଥା ଶୁଣେ ଆକୁଳ ଗୁହାରି

ମଣିମା ଶୁଣିବା ହେଉ ମୋର ଦୁଃଖ ପଦ୍ମ ପଦେ ମୋର ଅଳି

ଜାଣେନାହିଁ ମନ୍ତ୍ର,ପୁଜା ଆରାଧନା ଆକ୍ଷିରୁ ଲୁହ ଝରଇ

ତୋ ନାମ ଜପୁଛି ଭାବନାରେ ଖାଲି ଘେନ ପ୍ରଭୁ ଭାବଗ୍ରାହୀ

ଜଗନ୍ନାଥ ମୟ ଏ ସାରା ସଂସାର ତା ବିହୁନେ ଗତି କାହିଁ ।।


ଆଉ କେତେ ଦୁଃଖ ଦେବ ଜଗନ୍ନାଥ ପଥର ହେଲିଣି ଆସି

ସଂସାର ସମୁଦ୍ର କରାଳ ଲହରୀ ମୁହୁର୍ମୁହ ଦିଏ ଗ୍ରାସି

ଅଧମ ପ୍ରଫୁଲ୍ଲ କରଇ ମିନତୀ ଆୟୁ ଯାଏ ସରି ସରି

ଆସ ମୋ ସାଆନ୍ତ‌ ଏ ବେଳରେ ଥରେ କରିବାକୁ ମୋତେ ପାରି

ସଂସାର ବାରିଧି ତୁଙ୍ଗ ନାଉରୀ ହେ ଅପେକ୍ଷା ତୁମରି ପାଇଁ

ଜଗନ୍ନାଥ ମୟ ଏ ସାରା ସଂସାର ତା ବିହୁନେ ଗତି କାହିଁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics