STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ହେ ସମୟ,

ହେ ସମୟ,

1 min
13

ତୁମେ ତ ଅକ୍ଷୟ, ଅନନ୍ୟ, ଅନନ୍ତ

ତୁମେ ସାକ୍ଷୀ, ରକ୍ଷୀ ଓ ଶୁଭାକାଂକ୍ଷୀ

ତୁମ ସୁରକ୍ଷିତ ସାନ୍ନିଧ୍ୟରେ ରହି

ବିଫଳ ହୋଇଛି ତୁମ କଥା ରଖି। 


କିବା ମୁଁ ତୁମକୁ ଲେଖିବି କି ପତ୍ର

କିବା କରିବି ମୁଁ ସମ୍ବୋଧନ,

କରିଛି ତୁମକୁ ଅନାଦର ସଦା

କେଉଁ ଉପାୟେ କରିବି ଅର୍ଚ୍ଚନ। 


କରିବି ତୁମକୁ କେଉଁ ମୁଖେ ସ୍ତୁତି

ଶବ୍ଦ ଭାଷା କିଛି ପାଏ ନାହିଁ 

ତଥାପି ଲେଖୁଛି ତୁମ ପାଇଁ ଚିଠି

ତୁମେ ସଦା ଥାଅ ପାଶେ ରହି। 


ତୁମ ପାଦରେ ପାଦକୁ ମିଶାଇ ପାରେନା

କରିବି କି ଭାବ ବିନିମୟ,

ସେଥିପାଇଁ ଲେଖେ ପତ୍ର ମାଧ୍ୟମରେ

ଆଶାକରେ ପଢିବ ନିଶ୍ଚୟ। 


ତୁମେ ଥିଲ, ଅଛ, ରହିଥିବ

ମୁଁ କାଲି ନଥିଲି, ଆଜି ଅଛି, କାଲି ବି ନଥିବି,

ତେଣୁ ତୁମେ ହିଁ ମୋ ପାଇଁ 'ଆଜି'

ଓ ତୁମେ ମୋର ଏଇ ମୁହୂର୍ତ୍ତର ସାଥି। 


ହାରି ଦିଏ ଯେବେ ତୁମକୁ ଆଳସ୍ୟେ

ଫେରନାହିଁ ଶତ ଅନୁରୋଧେ 

ଅନେକ ସଂକଳ୍ପ, ପ୍ରତିଜ୍ଞା ଭିତରେ 

ପ୍ରୟାସ କରିଛି ସାଇତିବାକୁ ମୋ ସ୍ମୃତିପଥେ। 


ସବୁଥର ମୁଁ ହୋଇଛି ବିଫଳ

କରିବାକୁ ତୁମ ତୁମ ସଦୁପଯୋଗ

ତିଳେ ହେଁ ନକରି ରାଗ କି ବିରକ୍ତି

ମୋ ପାଇଁ ଆଣିଛ ନବ ସୁଯୋଗ। 


ତୁମ ସିନ୍ଧୁ ସମ ଅନନ୍ତ ବକ୍ଷରେ 

ମୋତେ ଏକ ବିନ୍ଦୁ ସମ କରି ଦିଅ ମିଶାଇ 

ତୁମ ଚିର ପ୍ରବାହିତ ସୃଜନୀ ଧାରାରେ

ମୁଁ ଭାସିଯାଏ ଶୁଦ୍ଧ ସୃଷ୍ଟିଟେ ହୋଇ। 

ଇତି

ତୁମ ବିଶାଳ ବ୍ୟୋମରେ ଏକ କ୍ଷୁଦ୍ର ଧୂଳିକଣାଟିଏ..



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract