STORYMIRROR

Goutam Mohanty

Abstract

2  

Goutam Mohanty

Abstract

ହେ ସଖା

ହେ ସଖା

1 min
274

ଆସ ଖୋଜିବା ତୁମ ପ୍ରିୟ ବଂଶୀ

ତୁମେ ଯେବେଠୁ ତାହା ବିସ୍ମୃତ ହୋଇଛ ଶୁଣିଛି

ସେ ବଂଶୀ କୁଆଡେ ତୁମରି ଦ୍ୱାରକା-ପଥରେ

ସମସ୍ତଙ୍କୁ ପାଗଳ ପ୍ରାୟ ତୁମ ଠିକଣା ପଚାରୁଛି


ଆସ ଦେଖିବାକୁ ଯିବା ତୁମ ପ୍ରିୟ ସଖୀ

ତୁମ ବାଲ୍ୟ-ଲୀଳା-ଖେଳା ର ଗୋପ ନଗରୀରେ

ରାଧିକା ନାମ୍ନୀ ପାଗଳୀ ଟିଏ ଯାହାକୁ ଦେଖୁଛି

କୃଷ୍ଣକୁ ଦେଖିଛ କୃଷ୍ଣ କାହିଁ ବୋଲି ପଚାରୁଛି

ମୋତେ ବିଶ୍ୱାସ ହୁଏ ସେ ତୁମ ସଖୀଙ୍କୁ ଜାଣିଛି


ଆସ ବୁଲିବାକୁ ଯିବା ତୁମ ଯମୁନା ନଦୀ

ସେ ଯମୁନା ତୁମ ବିଚ୍ଛେଦର ଯାତନାରେ ଅସ୍ଥିର

ସର୍ବଦା ଫୁଲିଫୁଲି କ୍ରନ୍ଦନରତ ତୁମକୁ ଖୋଜୁଛି


ଆସ ଭେଟିବାକୁ ଯିବା କୁଞ୍ଜବନର ବାଲ୍ୟସାଥୀ

ଶୁଣିଛି କୁଆଡେ ତୁମ ସାନିଧ୍ୟହରା ହୋଇ ସମସ୍ତେ

ଗୋପ ରାସ୍ତାରେ ତୁମକୁ ଚାହିଁ ବସିଛନ୍ତି ହୋଇ ଦୁଃଖୀ

କୁଞ୍ଜବନ ସେ ଦୁଃଖରେ ମ୍ରିୟମାଣ ନିଜକୁ ଜାଳୁଛି


ତୁମ ବିଚ୍ଛେଦ ଯଦି ଏ ସମସ୍ତଙ୍କୁ ଦୁଃଖରେ ପାଗଳ କରିଛି

କହିବକି ସଖା ଏସବୁରେ ତୁମ ହୃଦ କି ସୁଖ ପାଉଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract