ହେ ପୂଜ୍ୟ ପାଦ
ହେ ପୂଜ୍ୟ ପାଦ
ଜୀବନଟା ଥିଲା ଅଙ୍କା ବଙ୍କା ମୋର
ଗୁରୁ ଦେଖାଇଲେ ବାଟ
ଦେଇଥିଲେ ଶିକ୍ଷା ହାତ ଧରି ମୋର
ସାଜିବା ପାଇଁକି ଚାଟ l
ପିତାମାତା ଦୁହେଁ ପ୍ରଥମ ଗୁରୁଜୀ
ଦେଉଥିଲେ ଉପଦେଶ
ସଂସାର କିପରି ଚାଲିବି ସଙ୍ଗରେ
ନୋହିଲେ ହୋଇବି ନାଶ l
ଦ୍ଵିତୀୟ ଗୁରୁଜୀ ଚାଟଶାଳୀ ଗଢି
ଦେଲେ ବର୍ଣ୍ଣବୋଧ ଶିକ୍ଷା
ଖଡ଼ି ସିଲଟରେ ସଜାଡି ଲେଖିଲି
ମିଳିଥିଲା ସେଠୁ ଦୀକ୍ଷା l
ଆଗକୁ ଚାଲିଲି ବାଳୁତ କାଳରେ
ବୁଝିନି ଶିକ୍ଷା ମହତ
ଗୁରୁ ଗୟାଧର ପ୍ରମୋଦ ଗୁରୁଜୀ
ପ୍ରାଥମିକ ଶ୍ରେଣୀ ହାତ l
ବଡ ପାଟି କରି ସବୁ ପଢୁ ଥିଲୁ
ଘୋଷୁ ଥିଲି ବାରି ବାରି
ପାଠ ପଢାଠାରୁ ମନ ହଟି ନାହିଁ
ନେଇଛି ସବୁ ଆଦରି l
ଗୁରୁଙ୍କର ଆଜ୍ଞା ଥିଲା ଶିରୋଧାର୍ଯ୍ୟ
ମିଳିଥିଲା ଆମେ ରତ୍ନ
ଶ୍ରେଣୀରୁ ବାହାର ପାଳିକରି ଆମେ
ଝାଡ଼ୁରେ ନେଇଛୁ ଯତ୍ନ l
ମୁଠି ଚାଉଳକୁ ଶନିବାରେ ନେଇ
କରୁଥିଲ
ୁ ଆମେ ଦାନ
ସେଇ ଚାଉଳକୁ ଶେଷେ ବିକ୍ରିକରି
କରିଛୁ ଉନ୍ନତ ମାନ l
ପ୍ରାଥମିକ ଶିକ୍ଷା ଶେଷ କରି ଆମ
ମଧ୍ୟ ଇଂରାଜୀରେ ଛିଡା
ମୁଣ୍ଡ ବିଗିଡ଼ିଲା ଉପର ଶ୍ରେଣୀରେ
ପାଠଟା ଲାଗିଲା କଡା l
ଗୁରୁ ଗଦାଧର ଆଉ ରତ୍ନାକର
ମୋର ମାର୍ଗ ଦର୍ଶକ
ତାଙ୍କରି ଆଜ୍ଞାରେ ଜ୍ଞାନର ଆଲୋକ
ଶିକ୍ଷାରେ ଥିଲି ନିର୍ଭିକ l
ମାଇନର ସ୍କୁଲ ପାଠ ଶେଷ କରି
ଉଚ୍ଚ ବିଦ୍ୟାଳୟ ଗଲି
ପାଠଟା ବହୁତ କଡା ଲାଗୁଥିଲା
ମନରେ ହୋଇଛି ଭାଳି l
ସୁମନ୍ତ ସାଠୁଆ ଗୁରୁଜୀ ମୋହର
ପାସେ ମିଳିଗଲେ ଯେବେ
ପାଠର ସୂତ୍ରକୁ ଧରି ନେଇଥିଲି
ପଛକୁ ଫେରିନି କେବେ l
ଜୀବନ ପଥରେ କେତେଯେ ଗୁରୁଜୀ
ହିସାବ ରଖିନି କେବେ
ଆସିଥିଲେ ସବୁ ଜୁଆର ହୋଇ
ପାଦ ଛୁଇଁଥିଲି ସେବେ l
ତାଙ୍କରି ଆଦର୍ଶେ ଗଢ଼ା ଏ ଶରୀର
ହେବ ନାହିଁ କେବେ ଭିନ୍ନ
ଗୁରୁ ଦିବସରେ ସେ ପୂଜ୍ୟ ପାଦକୁ
କରୁଛି ଆଜି ନମନ l