...ହେ ପୂଜ୍ୟ ଗୁରୁ...
...ହେ ପୂଜ୍ୟ ଗୁରୁ...
ଗୁରୁ, ବେହିସାବରେ ବାଣ୍ଟୁଥାଏ ତା' ସର୍ବସ୍ୱ
କରୁଣl ବାରିଧି ଜ୍ୟୋତିଷ୍ମାନ ଆଲୋକର ଉତ୍ସ
ଜ୍ଞାନଗଙ୍ଗାର ବିଛୁରିତ ସ୍ନିଗ୍ଧ ଲଳିତ ମହକ
ତୁମ ନିର୍ଦ୍ଦେଶରେ ସବୁ ଦୁର୍ଗମ, ଅସ୍ପଷ୍ଟ ପଥ
ହେଉଥାଏ ସୁଗମ୍ୟ, ସୁରମ୍ୟ
ବିଶ୍ୱକୁ ଗୁରୁ ସମ୍ମାନର ଦୃଷ୍ଟାନ୍ତ ଦେଇ
ଛାଡ଼ି ଗଲ ଛାପ ଜନମାନସରେ
ମହାନ ସେ ଗୁରୁ ଶ୍ରେଷ୍ଠ ରାଧାକୃଷ୍ଣନ
ସେହି ପୂଜନୀୟ ଗୁରୁଙ୍କୁ ପ୍ରଣିପାତ l
ସର୍ବ ପ୍ରଥମ ଗୁରୁ ପିତା ମାତା
ଅବିଛିନ୍ନ ଆତ୍ମାର ଆତ୍ମୀୟତା ସେ
ଲାଗେ ମୋତେ ଜନ୍ମ ଜନ୍ମାନ୍ତରେ,..ଆପଣାର
ତାଙ୍କ ହାତ ସ୍ପର୍ଶରେ ତ
ସନ୍ତାନ ହୁଏ ଯୋଗ୍ୟ, ହୁଏ ଭବ୍ୟ !!
ସରି ଯାଇଥିବା ଜୀବନରେ ତୁମେ ଚେନାଏ ହସ
ତ୍ୟାଗ, ଧୈର୍ଯ୍ୟ ,ବିଶ୍ୱାସର ସିନ୍ଦୂକ ମାଖି
ପୂର୍ଣ୍ଣତା ଆଣ ଦର ପ୍ରସ୍ଫୁଟିତ କୁନି କଳିକ
ା ମଧ୍ୟେ
ଅମା ଅନ୍ଧାରରୁ ଉନ୍ମୁକ୍ତ କରି
ଅନ୍ତର ଆତ୍ମାକୁ ଶୁଦ୍ଧ ପବିତ୍ର କର
ଏକଲବ୍ୟ ହେଲେ ବୀର ଧନୁର୍ଦ୍ଧର
ତୁମ କରୁଣାର ବାରି ସିଞ୍ଚନରେ
ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ଆଶୀର୍ବାଦେ
ଏ ଧାରାରେ ଅର୍ଜୁନ ସଜିଲେ ମହାନ ଧନୁର୍ଦ୍ଧର l
ଶିଷ୍ୟ ଉପମନ୍ୟୁ ଗୁରୁଙ୍କ ଆଶିଷେ
ଫେରି ପାଇଲା ଚକ୍ଷୁ ଆପଣାର
ଗୁରୁ ଶିଷ୍ୟଙ୍କ ମହାନ ସମ୍ପର୍କର ଡୋରି
ଅତୁଳନୀୟ, ଅବର୍ଣ୍ଣନୀୟ ସେ
ସେଥି ପାଇଁ ତୁମେ ନିର୍ଦ୍ଦିଷ୍ଟ ପଦରେ ପଦବାଚ୍ୟ
ସଂସାର ଦୋଛକିରେ....
ତୁମେ ତ ସଂକଳ୍ପର ଵିକଳ୍ପ ରାସ୍ତା..
ସମର୍ପିତ ସ୍ୱରଟିଏ ହୋଇ
ତିଳ ତିଳ ହୋଇ ଅନେକ ଜଳୁଛ
ସମାଜର ସୁଖ ପାଇଁ...
ତେଣୁ ତ ତୁମେ ମୁକ୍ତା ସମ୍ଭବା
ବିଶ୍ୱ ଜ୍ଞାନାଳୟ ରେ ଶାଶ୍ୱତ ପରାଣ
ପୂଜନୀୟ ମୁକ୍ତାଟିଏ....!!!