STORYMIRROR

DHARITRI SAHU

Tragedy

4  

DHARITRI SAHU

Tragedy

ହେ ନ୍ୟାୟାଧିଷ

ହେ ନ୍ୟାୟାଧିଷ

1 min
338

ଆରେ ଧନ ମୋର

ଏକୁଟିଆ ଆଉ ଖେଳିବାକୁ ଯାଅନାହିଁ

ବାହାରେ ବସିଛି ନର ରାକ୍ଷସ ସେ

ରକ୍ତ ଯିବ ତୋର ପିଇ।


କେହି ତୋର ରକ୍ଷା କରି ପାରିବେନି

ବାହାନା ଖୋଜିବେ ସବୁ,

ଦୋଷୀ ବୁଲୁଥିବ ବଡ଼ଦାଣ୍ଡେ ଖୋଲା

ନିର୍ଦ୍ଦୋଷେ ଦଣ୍ଡିବେ ବାବୁ।


ମାଆ କୋଳେ ଆଉ ଦେବ କିଏ ତୋତେ

ଯେତେ ଯିଏ ଯାଞ୍ଚ କଲେ,

ଫେରିଆରେ ଧନ ଖେଳନା ଆଉ

ରହ ମୋ ଆଞ୍ଚଳ ତଳେ।


କେତେ ଯେ ଶାବକ ହୋନ୍ତି ଧରାଶାୟୀ

କିଏ ସେ ରଖୁଛି ମନେ,

ସବୁ ଦୁଇ ଦିନ ହୋ ହାଲ୍ଲା କରିବେ

ପଇସା ପାଇଲେ ଭିନ୍ନେ।


ସବୁଠି ଚାଲିଛି ପ୍ରିୟା ପ୍ରିତି ଏଠି

କା ପାଶେ ପିଟିବି ମୁଣ୍ଡ,

ବଡ଼ ବଡ଼ ଲୋକ ହାର୍ ମାନୁଛନ୍ତି

ମୁଁ ବା କାହିଁରେ ସକ୍ଷ।


ଦୟା ମାୟା ସ୍ନେହ ଦୁନିଆରୁ ଆଜି

ଲୁଚିଲାଣି କେଉଁ କୋଣେ,

ହେ ନ୍ୟାୟାଧିଷ ତୁମ ପାଶେ ଅନ୍ଧ

ମୁର୍ତ୍ତି କି ସାଜିଲା ଜଡେ।


ଧନ ପୁଅ ମିଳିବନି ନ୍ୟାୟ ତ ମିଳିବ 

କହିବ ହେ ନ୍ୟାୟାଧିଷ,

ନହେଲେ ମିଛରେ ତୁମକୁ ଭରସା

କାହିଁ କରିବ ବିଶ୍ଵାସ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy