STORYMIRROR

Bijaya kumar panda

Inspirational

3  

Bijaya kumar panda

Inspirational

ହେ ମୂର୍ତ୍ତିକାର ଶିଳ୍ପୀ ରଘୁନାଥ

ହେ ମୂର୍ତ୍ତିକାର ଶିଳ୍ପୀ ରଘୁନାଥ

1 min
157

ଆହେ ରଘୁନାଥ ହେଲ କି ବିମୁଖ ଦରଶନ ତବ ମିଳିଲା ନାହିଁ

କାନ୍ଦୁଛି ଓଡ଼ିଶା ଝୁରେ ବିଶ୍ଵବାସୀ ଚିର ନିଦ୍ରାରେ କି ଯାଇଛ ଶୋଇ।

ଆଧ୍ୟାତ୍ମିକ ଜ୍ଞାନ ନୈତିକ ଶିକ୍ଷା ସଂସାରେ ଗଲା କି ଦୂରେଇ

ଅଭିମାନ କରି ଗଲ ବହୁଦୂରେ ଦାଉ ସାଜିଥିଲା ଏ ମହାମାରୀ।

ବିଭୁଙ୍କ ଆଶିଷେ ତୁମରି ଜନମ ସମାଜର ହିତ ପାଇଁ

ଅଧାଗଢ଼ା କରି ଛାଡ଼ି ଦେଇଗଲେ ସଂସାର ନିୟମ ମାନି।

ପଦ୍ମଶ୍ରୀ ପୁଷ୍ପରେ ସନ୍ତୁଷ୍ଟ ନୋହିଲେ ପଦ୍ମ ଭୂଷଣକୁ ହାତରେ ଧରି

ତଥାପି ତୁମରି ମନ ଉଣା ହେବ ପଦ୍ମ ବିଭୂଷଣ ଦେଲୁ ଯେ ଖୋଜି।

ମାଆ ସକୁନ୍ତଳା ପିତା ଦାମୋଦର କୋଳରେ ଜନମ ଘେନି

ଶାସନ ପଡ଼ିଆ ପୁରୀ ଧାମକୁ କାଳିଆ ସାଆନ୍ତଙ୍କ ଥିଲେ ବିଶ୍ବାସୀ।

ଜଗନ୍ନାଥ ମହିମା ପ୍ରଚାର ପାଇଁ କେତେ ଯେ ମନ୍ଦିର ତିଆରି କରି

ବାଲେଶ୍ଵର ବାଙ୍ଗାଲୋର ନାଇଜେରିଆରେ କଳା ସଂସ୍କୃତିର ପ୍ରଦର୍ଶିତ ହୁଅଇ।

ବିଶାଖାପାଟଣାରେ ଲକ୍ଷ୍ମୀ ମନ୍ଦିର ବିଦେଶରେ ଥାପିଲେ ବୌଦ୍ଧ ମୂର୍ତ୍ତି

ଝାରସୁଗୁଡ଼ାରେ ସାଇ ମନ୍ଦିର କରି ମୂର୍ତ୍ତିକାର ରୂପେ ହେଲେ ଗଣତି।

ତୁମ କୀର୍ତ୍ତି ରାଜି ଲୁହ ଗଡ଼ାଉଛି ତୁମ ପରି ସ୍ରଷ୍ଟା ପାଇଁ

ଧର୍ମପଦ ସାଜି ସାରା ଦୁନିଆରେ ହୋଇଲେ ମୁଖ୍ୟ ବିନ୍ଧାଣୀ।

ମାତୃଭୂମିର ସେବା କରିବାକୁ ରାଜ୍ୟ ସଭା ପଦ ଗ୍ରହଣ କରି

ସ୍ଥାପତ୍ୟ କଳାର ନକ୍ସା ତିଆରି ଦ୍ଵିତୀୟ କୋଣାର୍କ ରହିଲା ବାକି।

ପଦ୍ମ ବିଭୂଷଣ ଶ୍ରଦ୍ଧାଞ୍ଜଳି ଘେନ ଆତ୍ମାର ହେଉ ସଦ୍ ଗତି

ଯୁଗେ ଯୁଗେ ତୁମ ବାନା ଉଡ଼ୁଥାଉ କରୁଛି ପ୍ରଭୁଙ୍କୁ ଗୁହାରି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational