STORYMIRROR

Srinibas Mahalik

Thriller Others

3  

Srinibas Mahalik

Thriller Others

ହେ ମଣିଷ

ହେ ମଣିଷ

1 min
195

ନେଇଯାଅ ଆମ ଦେହର ଚମଡା

     ନେଇଯାଅ ମାଂସ ହାଡ

   କୈାଣସି ପ୍ରକାରେ ବଞ୍ଚିବାକୁ ଟିକେ

     ଆମକୁ ଜମା ନଛାଡ ।।

   କାଢିନିଅ ନଖ କାଢିନିଅ ଶିଙ୍ଘ

    କାଢିନିଅ ଆମ ଦାନ୍ତ

   ସବୁଦିନ ପାଇଁ ଆମରି ନାମକୁ

     କରିଦିଅ ପୁରା ଅନ୍ତ ।।

   ଲୁଟିନିଅ ଆମ ଖାଦ୍ୟ ବାସସ୍ଥଳ

     ଲୁଟିନିଅ ପରିବାର

   ଏ ଧରା ପୃଷ୍ଠରେ ଆମର ରହିବା

     କଅଣ ବା ଦରକାର !!

   ଯେତେ ଜୀବଜନ୍ତୁ ସୃଷ୍ଟିରେ ଅଛନ୍ତି

     ସମସ୍ତଙ୍କୁ ଦେଇ ଦାହ

   ତୁମେ ହିଁ ମଣିଷ ସର୍ବଶ୍ରେଷ୍ଠ ପରା

     ଆନନ୍ଦରେ ସଦା ରୁହ ।।

ବିଜୟନଗର,ଗଣିଆ,ନୟାଗଡ଼


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller