STORYMIRROR

Judhisthir Majhi

Thriller

4  

Judhisthir Majhi

Thriller

କର୍ତ୍ତବ୍ୟ ପଥେ

କର୍ତ୍ତବ୍ୟ ପଥେ

1 min
391

କର୍ତ୍ତବ୍ୟ ପଥେ ଚାଲେ ମାନବ


ଦେଶକୁ ସୁରକ୍ଷା ଦିଏ ସାଜି ସୈନିକ

ଖାଦ୍ୟ ବି ଯୋଗାଏ ନିତି ସାଜି କୃଷକ


ସୁପଥରେ ଚାଲିବାକୁ ଆହ୍ୱାନ କରେ

ଅଶିକ୍ଷିତରୁ ଯାହାକୁ ଶିକ୍ଷିତ କରେ ସେ ଶିକ୍ଷକ

ଭୁଲିଯାଏ ଯିଏ ଦିନ ରାତି

ଜାଳିବାକୁ ଜୀବନର ବତୀ ଚିକିତ୍ସକ


କର୍ତ୍ତବ୍ୟ ପଥେ ଚାଲେ ମାନବ

ଭୁଲିଯାଏ ନିଜକୁ

ହୋଇଯାଏ ନିଃସ୍ୱାର୍ଥପର

ପର ଦୁଃଖକୁ ଦେଖି

ଝରାଏ ସେ ଲୋତକ ଧାର


ବ୍ୟସ୍ତ ବ୍ୟସ୍ତ ତାକୁ ନ ମିଳେ ବେଳ

ଖୁସିରେ ଖେଳୁଛି ବିଧାତା ଖେଳ


କର୍ତ୍ତବ୍ୟ ପଥେ ଚାଲେ ମାନବ

ପଡୋଶୀ ବା ନିଜ ଘର

କିଏ କେମିତି ଅଛି

ନିଏ ସେ ନିତି ଖବର


କର୍ତ୍ତବ୍ୟ ପଥକୁ ଭାବେ

ନିଜ ଜୀବନର ପଥ

ଚାଲୁଥିବ ଆଗେଇ ସେ

ଜଗତେ ଅନବରତ


ପ୍ରତି ପ୍ରଶ୍ବାସରେ ତା'ର

ମଙ୍ଗଳ ହେଉ ଜଗତର

ମାଟିରେ ପାଉଁଶ

ହେବା ଆଗରୁ ଶରୀର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller