ଗାନ୍ଧିଜୀ
ଗାନ୍ଧିଜୀ
ଅଭୁଲା ସେ ତିଥି ଜନ୍ମ ବାର
ତୁମେ ଅବତାରୀ କି ଅବତାର
ସହାନଶୀଳତା କେମିତି ଏତେ ପ୍ରଖର ।
ଥରାଇ ଦେଇଛ ଵେଦେଶୀ ଶାଶନ ଭାର
ଵିଧାତା ଗଢିଲେ ଦେଶର କର୍ଣ୍ଣଧାର
ସତ୍ୟଅସ୍ତ୍ର ଆଉ ଅହିଁସାମନ୍ତ୍ର ଅଗ୍ରଣୀ ବୀର ।
ଆଉଥରେ ଫେରିଆସ ବାପୁ ମିନତି ଆମର
ଫିରିଙ୍ଗି ଶାସନ ବିରୁଦ୍ଧେ ବାଜୁ ଦୁନ୍ଦୁଭି ଶର
ମରିନାହଁ ତୁମେ ଆଜି ଶୁଭୁଛି ଜାଗୃତି ଗିର ।
କେଡେପରାକ୍ରମୀ କେତେ ସାହସୀ ବୀର
ନୁଆଁଇବେ ତୁମ ପଦେ ମଥା ଓ ଶୀର
କ୍ଳାନ୍ତ ପଥିକ ଉଠିଆସି ହାତ ଧର ।
ପାଇ ରାହା ସାହା ଆହା ହେବୁ ଅମର
ଶିଖାଇବ ମନ୍ତ୍ର ତନ୍ତ୍ର ଯନ୍ତ୍ର ଶାନ୍ତି ସଦାଚାର
ପ୍ରୀତି ମୈତ୍ରୀ ସହ କର୍ମକୁ କରି ଆଦର ।
ତୁମ ନଶ୍ୱର ଦେହ ନେଲେ ଇଶ୍ୱର ।
ତୁମ ବିନା କେମିତି ଗଢ଼ିବୁ ସତ୍ୟମୀନାର
ଖଦଡ଼ଧୋତି,ଅଣ୍ଟାରଘଣ୍ଟା ସାଜି ସୂପକାର ।
କହେ ଚିତ୍ରପଟ ହୁଅ ଅଗୁସାର ନିର୍ବିକାର
ସାହସଶକତି କରି ଏକଜୁଟ ନାହିଁ ଡରିବାର
ବାପୁ ହେ ପାଦ ତଳେ କୋଟି ନମସ୍କାର ।
