STORYMIRROR

Judhisthir Majhi

Fantasy Inspirational Thriller

4  

Judhisthir Majhi

Fantasy Inspirational Thriller

ଭ୍ରମଣର ଅନୁଭୂତି

ଭ୍ରମଣର ଅନୁଭୂତି

1 min
537

ଜୀବନରେ ଭ୍ରମଣ

କରିବା ଜରୁରୀ

ଦର୍ଶନୀୟ ସ୍ଥାନ ପରିଭ୍ରମଣ

କରିବା ଜରୁରୀ ।


ମନକୁ ଶାନ୍ତି ମିଳିଥାଏ

ତନୁମନ ସୁସ୍ଥ ରହିଥାଏ ।


ସମସ୍ତଙ୍କ ଭାବନା ସମ ନୁହଁ

କେ ରାଜ୍ୟ ଜୟ

କରିବା ଉଦ୍ଦେଶ୍ୟରେ

କେ ପ୍ରକୃତିର ସୌନ୍ଦର୍ଯ୍ୟ

ଅବଲୋକନ କରିବା ଉଦ୍ଦେଶ୍ୟରେ

କେ ଭିନ୍ନ ଭିନ୍ନ ସ୍ଥାନର

ଜୀବନ ଶୈଳୀ ବିଷୟେ ଜାଣିବା ଉଦ୍ଦେଶ୍ୟରେ

କେ ମୋକ୍ଷ ପ୍ରାପ୍ତି ଉଦ୍ଦେଶ୍ୟରେ ।


ଭ୍ରମଣର କାରଣ

ଯାହା ହେଉ ନା କାହିଁକି

ସାହିତ୍ୟ, ବିଜ୍ଞାନ,

ଇତିହାସ, ଧର୍ମ ଶାସ୍ତ୍ର

ସବୁ କ୍ଷେତ୍ରରେ ପ୍ରଭାବିତ ହେଉଛି ।


ପର୍ଯ୍ୟଟକ, ଦାର୍ଶନିକଙ୍କ

ମନକୁ ଜିଣିବା ପାଇଁ

ସବୁ ପ୍ରକାରର ସୁବିଧା

ଯୋଗାଇ ଦିଆ ଯାଉଛି ।


ଜିଲ୍ଲାରେ, ରାଜ୍ୟରେ, ଦେଶରେ,

ଅନ୍ତର୍ଜାତୀୟ ସ୍ତରରେ

ଲକ୍ଷ ଲକ୍ଷ ପର୍ଯ୍ୟଟକ ଆସନ୍ତି ଯାଆନ୍ତି

କିଛି ଫଣ୍ଠ ଦିଅନ୍ତି ଖୁସିରେ

ସେ ଫଣ୍ଠକୁ ଆଧାର କରି

ଖର୍ଚ୍ଚ କରନ୍ତି ଜନ ହିତକରେ ।


ଦେଶ ଦେଶ ବୁଲି କେତେ ପର୍ଯ୍ୟଟକ

କେତେ ଯେ ନାବିକ କେତେ ଦାର୍ଶନିକ

ହୋଇ ଯାଇଛନ୍ତି ଇତିହାସର ନାୟକ ।


Rate this content
Log in

Similar oriya poem from Fantasy