STORYMIRROR

Ramachandra Bhutia

Drama Inspirational Thriller

4  

Ramachandra Bhutia

Drama Inspirational Thriller

ଶୋଭାଯାତ୍ରା

ଶୋଭାଯାତ୍ରା

1 min
512

କାହିଁକି? କାହିଁକି ଏ ପ୍ରହସନ , ଶୋଭାଯାତ୍ରା

କଣ ବା ତୁମର ଦୂରାଭିସନ୍ଧି

ଆଉ ଦେବାକୁ ଚାହୁଁଛ ତୁମ କେଉଁ ବାର୍ତ୍ତା?

କାହିଁକି ଏ ଶଠ ଶୋଭାଯାତ୍ରା ।


ଓଃ ନାରୀଶିକ୍ଷା, ନାରୀ ଜାଗରଣ

ବାଃ କି ପ୍ରଚେଷ୍ଟା କରିବାକୁ ନାରୀକୁ ଶିକ୍ଷିତ

କିନ୍ତୁ କହିବ କି, କାହିଁକି ଏ ନାରୀ ଆଜି ବି ଅବହେଳିତ

କଣ ଏହା ନୁହଁ ସତ୍ୟ କି ତୁମେ ହିଁ କରିଅଛ ଏହି ପକ୍ଷପାତ

କାଳେ କଲେ ସେ ଉନ୍ନତି ନାରୀପାଶେ ପୁରୁଷର ହେବମଥାନତ

ତା'ହେଲେ, ଆଉ ରହିବ କି ତାର ପୁରୁଷତ୍ଵ ।


କଣ ଏ ଶୋଭାଯାତ୍ରା ଦଳିତ କୁ ଦେବାପାଇଁ ନ୍ୟାୟ

ତେବେ କୁହ ତୁମେ କିଏ ଏଠି କରୁଛି ଅନ୍ୟାୟ

ଦଳିତ ବୋଲି ତାକୁ କିଏ ଦେଲା ତାର ପରିଚୟ

ସବୁରି ମୂଳରେ ତ ତୁମେ

ଦେଖାଇବାକୁ ନିଜର ଶ୍ରେଷ୍ଠତା ଆଉ ଲୁଚାଇବାକୁ ଭୟ

କଣଠେସା କର ତାକୁ, ଆଉ ଆଜି ମାଗ ତାର ନ୍ୟାୟ ।


ଚମତ୍କାର ବଡ଼ ଚମତ୍କାର ଅଭିନୟ ଆଉ ଦେଉଛ ଭାଷଣ

ସତେ କି ସାଜି ଦେବଦୂତ ତୁମେ, ହରି ନେବ ସମାଜର ସମସ୍ତ କଷଣ

କିନ୍ତୁ ଜଣାଅଛି ତୁମର ଏ ମିଥ୍ୟା ପ୍ରହସନ

ଛାଇ ଆଲୁଅ ର ଖେଳ ଖେଳୁଅଛ ତୁମେ

ଅନ୍ଧାରରେ ଗୋଟିଏ ଚେହେରା, ଆଲୁଅରେ ଆଉ ଏକ କରୁଛ ଭିଆଣ ।


ପ୍ରଥମେ କରି ଯୁଦ୍ଧାରମ୍ଭ, ପରେ ଦିଅ ଶାନ୍ତିର ବାରତା

କଣ ଚାହୁଁଛ ତୁମେ

କଣ ଚାହୁଁଛ ତୁମେ ସତରେ ଏ ସମାଜରେ ସ୍ଥିରତା

ତେବେ କର ଆଗେ ନିଜ ମଧ୍ୟେ ଏହି ଶୋଭାଯାତ୍ରା

ସ୍ଵୟଂ ମହତ୍କାଂକ୍ଷା ଅହଙ୍କାର ଲୋଭ ମୋହ ଆଉ କାମ ଅତୁରତା

ଏମାନଙ୍କ ସଭା ଡାକି ଦିଅ ଶାନ୍ତିର ବାରତା

ଏସବୁ କୁ ଶାନ୍ତକରି ହୁଅ ଆଗେ କର୍ତ୍ତା

ନଚେତ୍ ନିଷ୍ଫଳ ହେବ ଏହିପରି ଶତଶତ ସଭା ଶୋଭାଯାତ୍ରା  ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama