STORYMIRROR

Kulamani Sarangi

Abstract

4  

Kulamani Sarangi

Abstract

ହେ ମଙ୍ଗଳମୟ

ହେ ମଙ୍ଗଳମୟ

1 min
23.3K

ବ୍ୟାଘ୍ରଛାଲ ପିନ୍ଧି ମହେଶ 

ପ୍ରଭୁ ତ୍ରିଶୂଳପାଣି,

କରନ୍ତି କାନନ ଭ୍ରମଣ, 

ସଙ୍ଗେ ପ୍ରିୟା ଭବାନୀ


ଭସ୍ମ ବିଭୂଷିତ ଶରୀର

କଣ୍ଠେ ଭୁଜଙ୍ଗ ମାଳ,

ଡ଼ ଡମ ଡମ୍ବରୁ ଧ୍ବନିତ 

ହସ୍ତେ ମହେଶଙ୍କର


ନନ୍ଦି ଭୃଙ୍ଗି ମହା ଆନନ୍ଦେ

ବେନି ପାଶେ ଗମନ୍ତି,

ମସ୍ତକରେ ଜଟାଜୁଟରେ

ଚନ୍ଦ୍ର ଶୋଭା ଲଭନ୍ତି


ବିମୁକ୍ତ ତୃତୀୟ ନୟନ

କପାଳେ ସ୍ଥିତ ଅଗ୍ନି

ଜଟାର ଅଗମ୍ୟ ପ୍ରାଙ୍ଗଣେ 

ବିଳସନ୍ତି ଜାହ୍ନବୀ


ଏ ସମୟେ ଧୀରେ ବହଇ 

ମୃଦୁ ମନ୍ଦ ସମୀର,

ପ୍ରଭୁଙ୍କ ଅଙ୍ଗରୁ ବିଭୂତି 

ଉଡିଲେ ବାରମ୍ବାର


ତୃତୀୟ ନେତ୍ରରେ ପଡନ୍ତେ

ସେହି ବିଭୂତି କଣା,

ପ୍ରଜ୍ଜଳିତ ହେଲେ ପାବକ

ଚନ୍ଦ୍ର ହେଲେ ବିମନା


ପ୍ରଭୁ ଶିରେ ସ୍ଥିତ ଚନ୍ଦ୍ରମା 

ହୋଇଲେ ବିଗଳିତ

ଚନ୍ଦ୍ରମା ଦେହରୁ ଅମୃତ 

ବ୍ୟାଘ୍ର ଛାଲେ ପତିତ


ଜୀବନ୍ୟାସ ପାଇ ଶାର୍ଦ୍ଦୁଳ 

କରେ ଘୋର ଗର୍ଜନ,

ଧାଇଁଲା ବୃଷଭ ପଛରେ 

ଶିବ ବସ୍ତ୍ର ବିହୀନ


ମୁଖରେ ବସନ ଦେଇଣ 

ହସିଦେଲେ ଗଉରୀ,

ସଂସାର ମଙ୍ଗଳ କରନ୍ତୁ 

ଉମା..ତ୍ରିଶୂଳଧାରୀ


ପାବନ ଶୀତଳଷଷ୍ଠୀରେ

ମହାକାଳ ଦେବତା,

ଦୂର କରି ଘୋର ବିପଦ

ହୁଅ ମଙ୍ଗଳ ଦାତା


ମାଆ ଭବାନୀ ଗୋ ପ୍ରଣମେ

ବିନୟେ ପାଦେ ତବ।

ତୁମେ ସତ୍ୟ ଶିବ ସୁନ୍ଦର

ଏ ତିନି ମହା ଭାବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract