ହେ ମହାବାହୁ
ହେ ମହାବାହୁ
ସୁପ୍ତେ ବା ଜାଗ୍ରତେ
ତୁଣ୍ଡେ ରହିଥାଉ
ତୁମରି ନାମ
ଚିନ୍ତା, ଚେତନାରେ
ଦିଶୁ ତୁମ ଛବି
ହେ କଳା ବଦନ
ତୁମ ରୂପକାନ୍ତୀ
ଜ୍ୟୋତି ପ୍ରଭା ମୁଖ
କରି ଦର୍ଶନ
ଶୂନ୍ୟ ପଥେ
ଚିନ୍ତା ଦୂର କର
ହେ ସହାଶୂନ୍ୟ
ଲଭନ୍ତା କି
ପ୍ରାଣ ଆନନ୍ଦ
ତୁମ ଛାମୁ ତଳେ ଶରଣ
ଜୀବନର ମର୍ମ ସାର୍ଥକ
ମଥା ରଖି
ତୁମ ଚରଣ।
