STORYMIRROR

Akshaya kumar Rout

Inspirational Others

3  

Akshaya kumar Rout

Inspirational Others

ହେ... କୃଷ୍ଣ

ହେ... କୃଷ୍ଣ

1 min
127


ହେ... କୃଷ୍ଣ..... 

ଫେରିଆସ ବୃନ୍ଦାବନେ 

ଦେଖିଯାଅ ଥରେ ଗୋପୀ ଗୋପାଙ୍ଗନାଙ୍କ 

ଦାରୁଣ ଦୁର୍ଦଶା 

ଅହଙ୍କାରୀ ଇନ୍ଦ୍ରମାନେ ନିର୍ଦୟୀ ସାଜିଛନ୍ତି 

ଉପଢ଼ୌକନ ନାମରେ ନାରୀକୁ ହରନ୍ତି 

ଗରିବ ଥାଳରୁ ଲୁଟି 

ନିଜ ପାଇଁ ରାଜପ୍ରାସାଦ ନିର୍ମାଣ କରନ୍ତି 

ଭୋକରେ ଛଟ ପଟ ମଣିଷ

ବାରଦୁଆର ଶୁଣ୍ଢୀ ପିଣ୍ଡା 

ତାରି ଦାନରେ ଗଢ଼ିବୁକି ମନ୍ଦିର !

ତୁ ପରା କଦମ୍ବମୂଳେ, ଗୋବର୍ଦ୍ଧନ ତଳେ 

ରହୁ, ଆଜି କଣ ପାଇଁ ବିଶାଳ ପ୍ରାସାଦ !

ମଣିଷ ଭଳି ଅସୁରକ୍ଷିତ ମନେ କରୁଛୁ କି !


ହେ.... କୃଷ୍ଣ...... 

ଫେରିଆସ ମଥୁରା ନଗରୀ 

ଦେଖିଯାଅ ମଥୁରାର ଭୟାବହ ରୂପ 

ଚତୁଃର୍ଦିଗେ ଖାଲି କଂସ ଆଉ

ବକାସୁରଙ୍କ ଅଟହାସ୍ୟ 

ସାଧୁ ବେଶରେ ବୁଲନ୍ତି ଅତ୍ୟାଚାରୀ 

ସ୍ମିତହାସ ଆଉ ମଧୁର ବଚନ ଆଳରେ, 

ସରବତୀ ନାମରେ ଗରଳ ବାଣ୍ଟନ୍ତି 

ନ୍ୟାୟ, ଧର୍ମର ରକ୍ଷକ ବୋଲାନ୍ତି ନିଜକୁ 

ନତମସ୍ତକ ସମଗ୍ର ଜନମାନସ 

ତୁମରି ଜୟଗାନେ ହତ୍ୟା ହୁଏ ନିରହ ମଣିଷ 

ହେ କୃଷ୍ଣ ଦେଖିଯାଅ ଥରେ...... l 


ହେ .... କୃଷ୍ଣ...... 

ଫେରିଆସ ଗୋପପୁରେ 

ବଜାଅ ପ୍ରୀତିର ବଇଁଶୀ 

ବୁଣିଦିଅ ପ୍ରେମର ବୀଜ ଧରାପୃଷ୍ଠେ 

ଅଙ୍କୁରିତ ହେଉ ପ୍ରୀତିର ବୃକ୍ଷ ମାନ 

ଫିଙ୍ଗିଦିଅ ମିଥ୍ୟା ଓ ଛଳନାର କଣ୍ଟା ବୃକ୍ଷ 

ପ୍ରସ୍ଫୁଟିତ ହେଉ ଶାନ୍ତି, ମୈତ୍ରୀର ପୁଷ୍ପ 

ସୁଗନ୍ଧିତ ହେଉ ଧରା, 

ପ୍ରେମ ଓ ବିଶ୍ୱାସର ମହକରେ 

ପ୍ରେମର ହେଉ ଜୟ 

ପ୍ରେମ ହିଁ ସତ୍ୟ 

ପ୍ରେମ ହିଁ ଧର୍ମ 

ପ୍ରେମ ହିଁ କର୍ମ 

ପ୍ରେମ ହିଁ ମୁକ୍ତି 

ହେ କୃଷ୍ଣ... ବଜାଅ ପୁଣି ଥରେ 

ପ୍ରୀତିର ବଇଁଶୀ.....l 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational