ହେ କବି ! ତୁମେ ବାଣୀ ପୁତ୍ର
ହେ କବି ! ତୁମେ ବାଣୀ ପୁତ୍ର
ହେ କବି ! ତୁମେ ବାଣୀ ପୁତ୍ର
ଶାନ୍ତ ସରଳ ନୀରିହ ତୁମେ
ହୃଦୟ ତୁମର ନିର୍ମଳ ପବିତ୍ର
ତୁମେ ବିଦ୍ୱାନ ଯଶସ୍ଵୀ
ପ୍ରତିଭା ତୁମର ଉଠୁ ବିକଶି
ଭାବନାର ରାଜ୍ୟରେ ତୁମେ ରାଜା
ସ୍ଵତନ୍ତ୍ର ସାମ୍ରାଜ୍ୟରେ ତୁମର
ଜ୍ଞାନର ଆଲୋକ ଦିଅ ପ୍ରକାଶି
ଚତୁର୍ଦ୍ଦିଗେ ଘନ ତିମିର
ସୃଜନୀର ମଶାଲ ଜାଳି ତୁମେ
ଅମା ଅନ୍ଧକାର ଦିଅ ନାଶି
ସାରସ୍ବତ ସାଧନାର ମନ୍ଦିରରେ
ଏକନିଷ୍ଠ ଭାବେ କର ଉପାସନା
ସ୍ଵଚ୍ଛ ଶୁଦ୍ଧ ସୁନ୍ଦର ତୁମ ଚିନ୍ତନ
ନିର୍ବିକାର ରଖ ଚେତନା
ହେ କବି ! ତୁମେ ପଥ ପ୍ରଦର୍ଶକ
ଅସୀମ ଜୀବନ ପଥେ ଯାଅ
ତୁମେ ଅକ୍ଳାନ୍ତ ପଥିକ
ଲକ୍ଷ୍ୟନେଇ ଚାଲିବାକୁ ଦିଅ ଆହ୍ଵାନ
ଅବଶ ବିବଶ ଅସହାୟଙ୍କୁ
କଲମ ମୂଳରେ ଯୋଗାଅ ଇନ୍ଧନ
ତୁମେ ଜାଗ୍ରତ କର ସୁପ୍ତ ଜନଙ୍କୁ
ଉଦ୍ଧାର କର ଲୁପ୍ତ ଜ୍ଞାନକୁ
ତୁମେ ଈଶ୍ଵରଙ୍କ ଶାନ୍ତି ଦୂତ
ଦେଶ ଜାତିକୁ କର ଜ୍ଞାନେ ମହତ
ରଖ ତୁମେ ପରମ୍ପରା ସଂସ୍କୃତି
ସଂସ୍କାର ଆଣିବାକୁ ଦିଅ ଦିବ୍ୟଜ୍ୟୋତି
ବଢ଼ାଅ ମାନ ସ୍ଵାଭିମାନ ଖ୍ୟାତି
ଜାଳିଦିଅ ପୁଣି ବିପ୍ଳବର ବହ୍ନି
ଶାନ୍ତି ଆଣ ହୃଦୟକୁ ଚିହ୍ନି
ହେ କବି ! ତୁମେ ସମୟର ସ୍ରୋତ
ଦୁର୍ବାର ଗତିରେ ବହି ଚାଲ
ତୁମକୁ ଅନୁସରଣ କରେ ଏ ଜଗତ
ରଚି ଚାଲ କାଳଜୟୀ ସାହିତ୍ୟ
ଯା' ଶାଶ୍ଵତ ଚିରନ୍ତନ ସତ୍ୟ
ତୁମେ ସବୁରି ହୁଅ ପ୍ରିୟ ପାତ୍ର
ବଳିଷ୍ଠ ବ୍ୟକ୍ତିତ୍ବ ତୁମର ଉଦାର ଚରିତ୍ର
ଜନ ମୁଖେ ପ୍ରଶଂସିତ ହେଉ ସର୍ବତ୍ର
ପତନମୁଖୀ ସମାଜକୁ ଦିଅ ଦିଗଦର୍ଶନ
ସରସ ସୁନ୍ଦର ହେଉ ପ୍ରତିଟି ଜୀବନ
ବୁଝନ୍ତୁ ସଭିଏଁ କର୍ତ୍ତବ୍ୟ ଦାୟିତ୍ଵ
ଗୁରୁତ୍ବ ସହକାରେ ରଖନ୍ତୁ ତା ମହତ୍ତ୍ଵ
ହୁଅ ତୁମେ ଆଶାବାଦୀ
ଦୁଃଖ ଦୈନ୍ୟ ଦିଅ ସଂସାରରୁ ଖେଦି
ଜଗତ ଗାଉ ଶାନ୍ତିର ମନାମନ୍ତ୍ର
ହେ କବି ! ତୁମେ ବାଣୀ ପୁତ୍ର ।
