Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Trushna Das

Abstract Classics Inspirational

4  

Trushna Das

Abstract Classics Inspirational

ହେ ଜଗତର ନାଥ ଜଗନ୍ନାଥ

ହେ ଜଗତର ନାଥ ଜଗନ୍ନାଥ

1 min
233


ଜଗତର ନାଥ 

   ହେ ମୋର ପ୍ରଭୁ ଜଗନ୍ନାଥ 

ଅନେକ ନାମ ତୁମର

   ଅଛ କେଉଁଠି ତୁମେ ଥରୁଟିଏ କୁହ । 


ସ୍ନାନ ପୂର୍ଣ୍ଣିମା ସାରି

   ଜ୍ଜରରେ ପୀଡିତ ହୋଇ 

ଶୋଇଲ ଅଣସର ଘରକୁ ଯାଇ 

   ଭୁଲି ଗଲ କି ତୁମ ଭକ୍ତଙ୍କୁ ହେ ମୋର ଭାବଗ୍ରାହୀ । 


ଅଣସର ଘରକୁ ଯାଇ 

   ଏମିତି ଗଲ ତୁମେ ଲୁଚି

ଭକ୍ତଗଣ ବ୍ୟାକୁଳ ହେଲେଣି

   ତୁମ ଦର୍ଶନ ଟିକିଏ କରିବା ପାଇଁ । 


ସେବାୟତମାନେ ବି କରି ପାରୁ ନାହାଁନ୍ତି

    ଦର୍ଶନ ତୁମର ପାଖକୁ ଯାଇ 

ଅବଢା ଅନ୍ନ ବି ଖାଉ ନାହଁ କଣ ପାଇଁ 

   ରାଗି ଯାଇଛ କି ହେ ମୋ ଗୋସାଇଁ । 


ହେ ଜଗତର ନାଥ ଜଗନ୍ନାଥ 

   ଶୁଣି ପାରୁ ନାହଁ କି ଭକ୍ତଗଣର ଡାକ

ତ୍ରାହି ତ୍ରାହି କହି ଭକ୍ତ ଆଜି ବସିଛି

   ତୁମ ଫେରି ଆସିବାକୁ ଅପେକ୍ଷା କରି । 


ହେ ଜଗତର ନାଥ ଜଗନ୍ନାଥ 

   ଏ କେମିତି କା ଲୀଳା ତୁମର

ଦେଖି ପାରୁନ କି କରୋନାର ମୃତ୍ୟୁର ତାଣ୍ଡବ

   ତୁମ ଭକ୍ତଗଣ ଆଜି ହୋଇଛନ୍ତି ଭୟଭୀତ । 


ଡରି ଧାଇଁ ଆସିଲେ ଭକ୍ତଗଣ ତୁମର

   ନେବା ପାଇଁ ତୁମ ପାଖେ ଶରଣ

ହେଲେ ତୁମେ ତ ଏବେ ଅଜ୍ଞାତ ବାସ

   କେଉଁଠି ଅଛ କୁହ ହେ ପ୍ରଭୁ ଜଗନ୍ନାଥ ।


ନିଦ୍ରା ଛାଡି ଉଠି ଆସ ହେ ପ୍ରଭୁ ମୋର 

   ନବକଳେବର ସହ କର କରୋନାର ନାଶ

ଦିଅ ତୁମ ଭକ୍ତଗଣଙ୍କୁ ଏହି ଆଶୀର୍ବାଦ 

   ନ ରହୁ ଆଉ କରୋନାର ଭୟ । 


ନବ ଯୌବନରେ ପାଦ ଦେଇ

   ବଡ ଭାଈ ବଳରାମ ଓ ସାନ ଭଗ୍ନୀ ସୁଭଦ୍ରାଙ୍କୁ ନେଇ

ଯେତେବେଳେ ତୁମେ ରଥରେ ଦେବ ପାଦ

   କରୋନା ଯେମିତି ଆଉ ନ ଥିବ ଦିଅ ହେ ଆଶୀର୍ବାଦ ।


Rate this content
Log in

Similar oriya poem from Abstract