ହେ ଈଶ୍ବର
ହେ ଈଶ୍ବର
ମନ୍ଦିର, ମସଜିଦ,ଚର୍ଚ୍ଚ, ଗୁରୁଦ୍ବାର
ସବୁଠିଁ ଖୋଜିଲି
ଦୀପ ଜାଳି , ଲୁୁହ ଢାଳି
ଭୋଗ ଯାଚି, କାନି ପାତି
ଅନେକ ଡାକିଲି
କଉଠି ବି ମିଳିଲନି
ହେ ଈଶ୍ବର ! ତୁମେ କଣ
ସେ ରିକ୍ସା ବାଲା ଥିଲ କି !
ଯିିଏ ଦୁମ୍ ଦୁମ୍ ଖରାବେଳେ
ବିନା ପାଉଣାରେ
ଗଛମୂଳେ ଚିତ୍କାର କରୁଥିବା
ଆସନ୍ନ ପ୍ରସବା ପାଗଳୀ କୁ
ହସପିଟାଲ୍ ବୋହି ନେଉଥିଲା ।
ନା , ସେ ଜରି ଗୋଟେଇ
ଦୁଃଖିନୀ ଦରବୁଢୀ ଥିଲ !
କୁୁୁଢ କୁଢ ଅଳିଆ ଗଦା କଡରେେ
କାନ୍ଦୁଥିବ କଅଂଳା ଶିିିଶୁକୁ
ଛାତି ରେ ଜଡେଇ, ଶୁୁଖିଲା ଥନ ଗେଞ୍ଜି
ତୁୁନି କରୁଥିିିିଲା ।
ଥିିିଲ ବୋଧେ ! ସେ ଗରୀବ ମଳିମୁଣ୍ଡିଆ
ସାବନା ଟୋକା ଟା
ଭାସି ଯାଉଥିବା ଝିଅଟା କୁ
ଯିିିଏ ପାଣିରୁ ଛାଣି ଆଣି
ଗର୍ଭବତୀ ଜାଣି
ସ୍ତ୍ରୀ ର ମର୍ଯ୍ୟାଦା ଦେଇଥିଲା ।
ଅବା ଥିଲ ସେ ବୁଲା ଭିକାରୀ
ଯିିିଏ ଥାଳରୁ ଅନ୍ନ ଟେକି
ବାପ ମା ଛେଉଣ୍ଡ
ଭୋକିଲା ପିଲା ଙ୍କ ପେଟ ଭରୁଥିଲା ।
ହଁ ତ , ତୁମେ ନିଶ୍ଚୟ
ସେ ନିର୍ଭୀକ ଯୁବକ ଥିଲ
ଯିିିଏ ଜୀବନ କୁ ବାଜି ଲଗେଇ
ଦଳେ ପଶୁଙ୍କ ମୁହଁରୁ
ନିିିିରୀହ ହରିଣ ଛୁୁଆ ଟା କୁ
ଟାଣି ଆଣି ଥିଲା ।
