STORYMIRROR

Kabiratna Nutan Kumar Behera

Abstract Inspirational

4  

Kabiratna Nutan Kumar Behera

Abstract Inspirational

ହେ ଗୁରୁ ତୁମେ ତ୍ରିଦେବ ଏଇ ଧରାଧାମେ

ହେ ଗୁରୁ ତୁମେ ତ୍ରିଦେବ ଏଇ ଧରାଧାମେ

1 min
297


 ହେ ଗୁରୁ ତୁମେ ତ୍ରିଦେବ ଏଇ ଧରାଧାମେ 

      ( ରାଗ -- ଶଙ୍କରାଭରଣ)


ହେ ଗୁରୁ ତୁମେ ତ୍ରିଦେବ ଏଇ ଧରାଧାମେ 

ଦେଖାଅ ସୁପଥ ଭବେ ଜନମେ ଜନମେ,

ଯଶ ଉଡ଼େ ତୁମ ନାମେ 

ତରି ଯାଏ ଶିଷ୍ୟ ତା'ର ମହତ କରମେ।୧।


ତୁମେ ଜ୍ଞାନଦାତା ରୂପେ ହୋଇଥାଅ ସାହା

ଜ୍ଞାନର ଆଲୋକେ ଶିଷ୍ୟ ଖୋଜି ପାଏ ରାହା,

ଅସୀମ ତୁମ କରୁଣା 

ଭାବ ଭକ୍ତି ବଳେ ଘୁଞ୍ଚେ ଅନ୍ତର ବେଦନା।୨।


ଜ୍ଞାନ ଦାନେ ବେଦ କର୍ତ୍ତା ରୂପେ ହୁଅ ବ୍ରହ୍ମା 

ପାଳନେ ଶ୍ରୀବିଷ୍ଣୁ ତୁମେ ଦେଖାଅ ମହିମା,

ଷଡ଼ରିପୁର ସଂହାର 

କର ତୁମେ ଜ୍ଞାନେ ଧ୍ୟାନେ ହୋଇ ମହେଶ୍ଵର।୩।


ତ୍ରିଦେବଙ୍କ ଶକ୍ତି ପାଇ ହୋଇ ଅଛ ଗୁରୁ 

ତ୍ରିତାପ କଷଣେ ତୁମେ ଛାୟାପ୍ରଦ ତରୁ,

ନର ସ୍ବରୂପ

େ ଈଶ୍ବର 

ଶିଷ୍ୟେ ଦିଅ ବ୍ରହ୍ମଜ୍ଞାନ କରିଣ ବିଚାର।୪।


ପକ୍ଷପାତ ନୀତି କିଛି ନଥାଏ ତୁମର,

ସମ ହୃଷ୍ଟି ରଖି ତୁମେ ଜ୍ଞାନ ଦାନ କର,

ଶିଷ୍ୟର ହିତେ ଚିନ୍ତନ 

କରି ତୁମେ ଦିବାନିଶି ଗଢ଼ ତା' ଜୀବନ।୫।


ତୁମ ସେବା ନିଷ୍ଠା ତ୍ୟାଗ ଜଗତେ ଅନନ୍ୟ,

ଶିଷ୍ୟ ଲଭି ସତ୍ୟଜ୍ଞାନ ହୁଅଇ ଯେ ଧନ୍ୟ,

ଏ ଭବେ ତୁମେ ତ୍ରିଦେବ 

ବ୍ରହ୍ମା ବିଷ୍ଣୁ ମହେଶ୍ଵର ରୂପେ ଆବିର୍ଭାବ।୬।


ଗୁରୁ ପଦେ ରହି ପାଳ ସତ୍ୟ ଧର୍ମ ନ୍ୟାୟ 

ଅନନ୍ତ ଆକାଶ ପରି ବିଶାଳ ହୃଦୟ,

ତୁମେ ଯେ ମହାନୁଭବ 

ତୁମ ଜ୍ଞାନ ଦାନେ ଶିଷ୍ୟ ଅରଜେ ବିଭବ।୭।


ହେ ଗୁରୁ ତୁମ ଚରଣେ କରେ ମୁଁ ପ୍ରଣାମ 

ପାର୍ଥିବ ସଂସାରେ ନାହିଁ କେହି ତୁମ ସମ,

ତୁମେ ମୋ ଚିର ନମସ୍ୟ 

ତୁମରି ଆଶିଷ ଚାହେଁ ଏ ଅଧମ ଶିଷ୍ୟ।୮।


Rate this content
Log in

Similar oriya poem from Abstract