STORYMIRROR

Kabiratna Nutan Kumar Behera

Action Classics Inspirational

4  

Kabiratna Nutan Kumar Behera

Action Classics Inspirational

ମୁଁ

ମୁଁ

2 mins
227


      


' ମୁଁ ' ଗୋଟିଏ ମାତ୍ର ଅକ୍ଷରରେ ଗଢ଼ା ଶବ୍ଦଟିଏ 

' ମ ' ସହିତ 'ଉ' କାର ଓ ଚନ୍ଦ୍ରବିନ୍ଦୁ ହୋଇଛି ସଂଯୁକ୍ତ 

ଏ ' ମୁଁ ' ଚେତନ ଶକ୍ତି ପରିପ୍ରକାଶର ଜୀବନ୍ତ ଉତ୍ସ 

ପାର୍ଥିବ ସଂସାରର ସମସ୍ତ ବନ୍ଧନରୁ ରହିଥାଏ ମୁକ୍ତ 

ଅନ୍ତର୍ନିହିତ ଆତ୍ମଶକ୍ତିକୁ କରିଥାଏ ସେ ଅନୁଭବ 

ଜାଗ୍ରତେ ଭାବ ଭାବନାର ସଂପର୍କରେ ହୁଏ ସଂପୃକ୍ତ 

ଅବଚେତନ ଅବସ୍ଥାରେ ଭୁଲିଯାଏ ତାର ଅସ୍ମିତା 

' ମୁଁ ' ସଦାସର୍ବଦା ତାର ଉପସ୍ଥିତିକୁ କରିଥାଏ ବ୍ୟକ୍ତ 

ସ୍ଥୂଳ ଅର୍ଥେ ମୁଁ ଏକ ନାମଧାରୀ ଶରୀରର ଚେତନା 

ସୂକ୍ଷ୍ମରେ ସେ ଅସୀମ ଅପରିମେୟ ତା'ର ପରିସୀମା 

ଚଳନ୍ତି ସମୟର ଗତିରେ ସେ ଏକ ଗତିଶୀଳ ପ୍ରବାହ 

ସୃଷ୍ଟି ଚକ୍ରର ଚକ୍ରରେ କରୁଥାଏ ଅବିରତ ପରିକ୍ରମା 

' ମୁଁ ' କୁ ମୁଁ ଜାଣିବା ପାଇଁ କରୁଥାଏ ନିଷ୍ଠାର ସାଧନା 

ଯେତିକି ଜାଣେ ସେତିକି ଦେଖାଏ ତାର ମହିମା 

ମାନବ ଶରୀର ଭିତରେ ' ମୁଁ ' ଥାଏ ହୋଇ ଜୀବାତ୍ମା 

ଜୀବନ ତତ୍ତ୍ଵକୁ କରି ଅନୁଧ୍ୟାନ ହୋଇଥାଏ ପ୍ରତିଷ୍ଠିତ 

ମହାସିନ୍ଧୁରୁ ବିନ୍ଦୁ ରୂପରେ ସାମୟିକ ଆସେ ଦୃଶ୍ୟକୁ 

ତାର ପ୍ରାରବ୍ଧ ଓ କ୍ରିୟାଶୀଳ କର୍ମ ଦ୍ଵାରା ହୁଏ ପରିଚିତ 

ଅନ୍ଧକାରରୁ ଆଲୋକକୁ ଯିବା ପାଇଁ କରୁଥାଏ ଉଦ୍ୟମ 

' ମୁଁ ' କୁ ମୁଁ ସଂପୂର୍ଣ୍ଣ ଜାଣେନା କେଉଁଠି ତାର ଅନ୍ତ 

ସଂସାରକୁ ଆସି ରହିଥାଏ ସେ ସଂପର୍କର ବନ୍ଧନରେ 

ତା' ଯେତେ ଦୃଢ଼ ନିବିଡ଼ ଥିଲେ ବି ଦିନେ ତୁଟିଯାଏ 

ପୂର୍ବ ପରି ସୂକ୍ଷ୍ମରେ ତାର ସତ୍ତା ରହିଥାଏ ଅଦୃଶ୍ୟ 

' ମୁଁ ' କେବଳ ମୁଁ କୁ ଜାଗ୍ରତେ ସତ୍ୟର ପଥ ଦେଖାଏ 

ଜନ୍ମ ଜନ୍ମାନ୍ତରେ ତା' ଗୁଣ ମାନରେ ରଖି ସାମଞ୍ଜସ୍ୟ 

ମୁଁ ର ଗତି ପ୍ରଗତି ଅଗ୍ରଗତି ନଦୀର ଦୁଇ ପାର୍ଶ୍ବ ପରି 

ତାର ପ୍ରବୃତ୍ତିରେ କରି ବୃତ୍ତି ରହିଥାଏ କ୍ରିୟାଶୀଳ 

ଗୋଟିଏ କୁ ଛାଡ଼ି ଆଉ ଗୋଟିଏକୁ ରଖିଥାଏ ଧରି 

ସକରାତ୍ମକ କି ନକରାତ୍ମକ କର୍ମ ନେଇ ପାଏ ଫଳ 

ସୁ ପ୍ରବୃତ୍ତିରେ ପାଇଥାଏ ସିଦ୍ଧି ହୁଏ ତାର ସମୃଦ୍ଧି 

କୁ ପ୍ରବୃତ୍ତିରେ ହୁଏ ପତନ ଅନିୟନ୍ତ୍ରିତ ରହେ ସ୍ଥିତି 

କ୍ରମାନ୍ୱୟରେ ହେଉଥାଏ ହ୍ରାସ ହୁଏ ନାହିଁ ଅଭିବୃଦ୍ଧି 

ହୃଦୟେ ଆଣେ ଯେବେ ସତ୍ୟ ନ୍ୟାୟର ଜାଗରଣ 

ଏ ମୁଁ ହୁଏ ସ୍ଵତନ୍ତ୍ର ଜୀବନ ମୁକ୍ତ ପାଇ ସେ ନିର୍ବାଣ 

ମୁଁ ମୁଁ କହି କରୁଥିଲେ ଅହଂକାରରେ ବୃଥା ଆସ୍ଫାଳନ 

ସେ ବୁଝେନାହିଁ ପରମଙ୍କ ତତ୍ତ୍ଵ ସଦା ରହିଥାଏ ବିପନ୍ନ 

ମୁଁ ର ମହତ୍ତ୍ଵ ମୁଁ ରଖି ସଫଳ କରେ ତାର ଜୀବନ 

ଅନ୍ତେ ' ମୁଁ ' ଏ ଜୀବାତ୍ମା ପରମଙ୍କଠାରେ ହୁଏ ଲୀନ।


     


Rate this content
Log in

Similar oriya poem from Action