STORYMIRROR

Kalpana Satpathy

Abstract Classics Inspirational

4  

Kalpana Satpathy

Abstract Classics Inspirational

ହେ ଗୁରୁ ତୁମେ ହିଁ ଈଶ୍ୱର

ହେ ଗୁରୁ ତୁମେ ହିଁ ଈଶ୍ୱର

1 min
343

ଭାରତ ମାତାର ସୁଯୋଗ୍ୟ ସନ୍ତାନ

ଜନମିଲ ତୁମେ ଧରଣୀ ବକ୍ଷରେ

ସାଜି ତୁମ ନବକଳେବର

ଅଜ୍ଞାନ ରାଶିର ଦୂରିଭୁତ କରି

ସାଜିଥିଲ ତୁମେ ସଭିଙ୍କ ଈଶ୍ୱର।

ତୁମେ ଜ୍ଞାନଦାତା ତୁମେ ରାଷ୍ଟ୍ର ନେତା

ସାରା ବିଶ୍ଵର ତୁମେ ବରପୁତ୍ର

ଆଜି ତବ ଜନମ ଦିବସେ

କେତେ ନାଚଗୀତ କେତେ ମହୋତ୍ସବ।

ଅଶେଷ ଜ୍ଞାନର ଅଧିକାରୀ ତୁମେ

ତୁମେ ଅଟ ପରା ସର୍ବଜ୍ଞାତା

ତୁମେ ହିଁ ଈଶ୍ୱର ଏ ଧରାପୃଷ୍ଠରେ

ତୁମେ ଅଟ ପରା ମହେଶ୍ଵର।

ଅନ୍ଧକାର ରୁ ତ ପ୍ରକାଶ

ସବୁରି ଦକ୍ଷତା ପାଇଥିଲ

ତୁମେ ଆମପାଇଁ ସାକ୍ଷାତ ଈଶ୍ଵର

ଜ୍ଞାନଦାତା ଆମ ଭଗବାନ।

ତୁମେ ଶିଖାଇଲ ମୁକତିର ପଥ

ଭରିଦେଲ ତୁମେ ହୃଦୟେ ସ୍ପନ୍ଦନ

ଜାଣିଗଲୁ ଆମେ କିଏ ମା ବାପା

କିଏ ଗୁରୁ କିଏ ସ୍ୱାଭିମାନ।

କୋଟିକୋଟି ଭାରତୀୟଙ୍କ ମଥାର ମଣି

ତୁମେ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍

ଜାତିସ୍ମର ତୁମେ ଅଭୁଲା ନାୟକ

ଏ ଦେଶ ମାଟି ମାଆ ର।


ତୁମେ ଶିଖାଇ ଥିଲ କୋଟିଏ ଶିଷ୍ୟଙ୍କୁ


ଗୁରୁ ବନ୍ଦନା


ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ

ଗୁରୁ ଦେବ ମହେଶ୍ଵର

ଗୁରୁ ସାକ୍ଷାତ ପରଂବ୍ରହ୍ମ

ତସ୍ମୈ ଶ୍ରୀ ଗୁରବେ ନମଃ।

ଗୁରୁଦେବୋ, ଗୁରୁଧର୍ମୋ

ଗୁରୌ ନିଷ୍ଠା ପରଂ ତପଃ

ଗୁରୋଃ ପରତରଂ ନାସ୍ତି

ତ୍ରୀବାରଂ କଥୟାମି ତେ।



Rate this content
Log in

Similar oriya poem from Abstract