STORYMIRROR

Kulamani Sarangi

Abstract

3  

Kulamani Sarangi

Abstract

ହେ ଦୁଃଖ ନାଶନ !

ହେ ଦୁଃଖ ନାଶନ !

1 min
12.2K


ଆହେ ରଙ୍ଗାଧର ! ଚାକର ତୁମ୍ଭର

ନୀଳାଦ୍ରି ବିଜେକୁ ଥିଲା ଚାହିଁ,

ପଡ଼ି ପାଦତଳେ ଚରଣ କମଳେ

କ୍ଷମା ମାଗିବାକୁ ପାପ ପାଇଁ।


ବଡ଼ଦାଣ୍ଡ କଲ ବାରଣ କାରଣ

ଶରଣ ମୁଁ ଘୋର ଅପରାଧୀ,

ନୟନ ପବିତ୍ର କରିବାକୁ ଭୃତ୍ୟ

ଆସିଥିଲା ମାତ୍ର କୃପାନିଧି।


କିଳିଦେଲ ବଡ଼ ଦେଉଳ ଦୁଆର

ଭୃତ୍ୟକୁ ସାଆନ୍ତେ ନାହିଁ ଦୁଃଖ,

ହୃଦୟ ମନ୍ଦିର କିଳିଦେବ ଯେବେ

ବଞ୍ଚିବୁଁ କିପରି ପଦ୍ମମୁଖ !!


ସ୍ନାନ ମନ୍ଦିରକୁ ନୀଳାଦ୍ରି ବିଜେକୁ

ଦେଖିବାକୁ ଥିଲା ଆଶା ଘୋର,

ଚାତକର ଶୋଷ ହେଲାନାହିଁ ଶେଷ,

ବରଷା ନହେଲା କୃପା ଧାର।


ଦର୍ଶନରୁ ଦୂର କରି ହେ ଈଶ୍ୱର

ଭାଳି ନଥିଲି ମୁଁ ତଡିଦେବ,

ଦୂର ଦର୍ଶନରେ ତୁମ୍ଭ ଦର୍ଶନରେ

କି ଭାବ ମିଳିବ ପଦ୍ମନାଭ ?


ସମୟ ଗର୍ଜନ କରେ ହୀନଜନ

ମନରେ ଭରିଛି ଭୟ ଘୋର,

ମହାକାଳ କଡ଼ ଲେଉଟାଏ ବଡ଼

ବିପତ୍ତି ପଡିଛି ଚକ୍ରଧର।


ତୁମ୍ଭେ ନ ଚାହିଁଲେ ମୁହଁ ମୋଡ଼ି ଦେଲେ

ଭାସିଯିବୁ ଆହେ ବନମାଳୀ,

କରୁଣା ସାଗର ବାରେ ଦୟାକର

ସାମନ୍ତ ଚରଣେ ଏହି ଅଳି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract