STORYMIRROR

Hasyamayee Raj

Classics

3  

Hasyamayee Raj

Classics

ହେ ଦେବୀ ! ମାହେଶ୍ଵରୀ

ହେ ଦେବୀ ! ମାହେଶ୍ଵରୀ

1 min
243


ହେ ଦେବୀ

ମାହେଶ୍ଵରୀ, ମହାମାୟୀ

ଦୁର୍ଗତିନାଶିନୀ

ତମେ ଆସ

କ୍ଲାନ୍ତ ପୃଥିବୀରେ

ଭରି ନୂତନ ଚମକ

ଆଜି ଯେ

କୋଣ ଅନୁକୋଣେ

ମହିଷାସୁରଙ୍କ

ବିଭତ୍ସ ବିତ୍ପାତ

ତ୍ରାହି ତ୍ରାହି ଚିତ୍କାରରେ କମ୍ପିତ

ଜଡରୁ ଜୀବନ

ତୁମ ବିନା

କିଏସେ କରିବ ସଂହାର

ସମସ୍ତେ ଯେ ନିଶ୍ଚଳ ନିଥର

ନିର୍ବାକ ନିସ୍ପନ୍ଦ

ତୁମ ତୀକ୍ଷ୍ଣ ଖଡ୍ଗଧାର

ଛେଦନ କରିବ ନିଶ୍ଚେ

ସେମାନଙ୍କର

ଉଗ୍ର ଉଦ୍ଦଣ୍ଡ ଶିର

ସବୁ ଶକ୍ତିର

ଶେଷ ଯେଉଁଠି

ତୁମର ଯେ ଆରମ୍ଭ

ସବୁର ପରାଜୟ ଯେଉଁଠି

ତୁମର ଯେ ବିଜୟ

ଆଜି ସେ ବିଜୟା ଦଶମୀର

ଲଗ୍ନ ଯେ ଆସନ୍ନ

ବାଜି ଉଠିଲାଣି

ତୁମ ନବାକ୍ଷରୀ ମନ୍ତ୍ରର ବନ୍ଦନା

ହୃଦୟରେ ଭରିଦିଅ

ନବ ଉନ୍ମାଦନା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics